ଚିତ୍ରକୋଣ୍ଡା,୨୩।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟର୍ସ ପଛପଟୁ ସୋମବାର ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ରୁମ୍କୁ ପଶିବାକୁ ଚେଷ୍ଟା କରୁଥିବା ବେଳେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କର୍ତ୍ତୃପକ୍ଷ ତୁରନ୍ତ ସାପ ଧରାଳି ଚିତ୍ରକୋଣ୍ଡା ନିକଟସ୍ଥ ବେନିଆଗୁଡାର ମାଧବ କୁଶପାରିଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମାଧବ ହସ୍ପିଟାଲରେ ପହଞ୍ଚି ୧୩ ଫୁଟ ଲମ୍ବର ଏକ ଅଜଗରକୁ ଉଦ୍ଧାର କରିଥିଲେ। ପରେ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।