Categories: ଖେଳ

ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ପାଇଁ ଖୁସି ଖବର

ଡର୍ହାମ,୨୭।୭: ଭାରତୀୟ ଟେଷ୍ଟ ଦଳକୁ ମଙ୍ଗଳବାର ଏକ ଖୁସି ଖବର ମିଳିଛି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଅଭ୍ୟାସ ମ୍ୟାଚ୍‌ରେ ଖେଳି ନ ଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଅଗଷ୍ଟ ୪ରୁ ନଟିଂହାମଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କ ଖେଳିବାର ବିଶେଷ ସମ୍ଭାବନା ରହିଛି।

ଏହି ବରିଷ୍ଠ ବ୍ୟାଟ୍ସମ୍ୟାନ ସିଲେକ୍ଟ କାଉଣ୍ଟି ଏକାଦଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଶ୍ରେଣୀ (ଅଭ୍ୟାସ) ମ୍ୟାଚ୍‌ରେ ଭାରତ ପାଇଁ ଖେଳି ନ ଥିଲେ। ତାଙ୍କ ବାମ ଗୋଡ଼ ମାଂସପେଶୀ ଉପର ଫୁଲି ଯାଇଥିଲା। ଫୁଲା ଓ ଯନ୍ତ୍ରଣା କମାଇବା ପାଇଁ ତାଙ୍କୁ ଇଞ୍ଜେକଶନ ଦିଆଯାଉଥିଲା।
ମିଳିଥିବା ସୂଚନା ମୁତାବକ, ରିଭର ସାଇଡ୍‌ ଗ୍ରାଉଣ୍ଡରେ ରାହାନେ ପ୍ରାକ୍ଟିସ ସେସନକୁ ଫେରିବା ସହ ଫିଲ୍ଡିଂ ଓ ଶାରୀରିକ ଟ୍ରେନିଂ କରିଥିଲେ। ଏଥି ସହିତ ସେ ଦୀର୍ଘ ସମୟ ଧରି ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ କରିଛନ୍ତି।

Share