ନୂଆଦିଲ୍ଲୀ,୨୬।୩: ଆଉ ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୧। ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ୍ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅନୁଭବୀ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାନେ ନୂଆ ନିୟମ ଅନୁଯାୟୀ ବମ୍ବେରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ଏସବୁ ମଧ୍ୟରେ ଡିସି ପକ୍ଷରୁ ରାହାନେଙ୍କ ଏକ ଫଟୋ ଶେୟାର କରାଯାଇ ମୂଲ୍ୟ ଦେବାକୁ କୁହାଯାଇଛି। ଫଟୋରେ କ୍ରିକେଟର ନୂଆ ଲୁକ୍ରେ ନଜର ଆସୁଛନ୍ତି। ପୂର୍ବରୁ ସେ ଦାଢ଼ୀ ରଖିଥିବା ବେଳେ ଏବେ କ୍ଲିନ୍ ସେଭ୍ କରିଛନ୍ତି। ଏଣୁ ଡିସି ‘ନୂଆ ସିଜନ୍, ନୂଆ ଲୁକ୍’ ବୋଲି କହିଛି। ଏଥିସହ ପ୍ରଶଂସକମାନେ ୧-୧୦ କେତେ ମାର୍କ ଦେବେ ତାହା ପଚରିଛି।