Categories: ଖେଳ

କୋଚ୍‌ଙ୍କୁ ପ୍ରଭାବିତ କଲେ ରାହାନେ..ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ଥାନ ପକ୍କା!

ଡୋମିନିକା,୧୮।୭: ଭାରତୀୟ ଟିମ୍‌ର ଷ୍ଟାର ପ୍ଲେୟାର ଅଜିଙ୍କ୍ୟ ରାହାନେ ନିଜର ବ୍ୟାଟିଂରେ କୋଚ୍‌ ବିକ୍ରମ ରାଠୋର(ବ୍ୟାଟିଂ)ଙ୍କୁ ପ୍ରଭାବିତ କରିଛନ୍ତି। ଏହି କାରଣରୁ ବିକ୍ରମ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ପ୍ରତ୍ୟାବର୍ତ୍ତନରେ ବେଶ୍‌ ଆଶ୍ୱସ୍ତ ହୋଇ ଖେଳି ରାହାନେ ପ୍ରଭାବିତ କରିଛନ୍ତି। ସେ ଚଳିତ ବର୍ଷ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତରେ ନିଜ ଫର୍ମରେ ରହିବେ ବୋଲି ଆଶା କରାଯାଉଛି।

ଗତ ମାସରେ ଲଣ୍ଡନରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତ ପରାଜିତ ହୋଇଥିଲା। ହେଲେ ରାହାନେ ୧୮ ମାସରେ ପ୍ରଥମ ଟେଷ୍ଟ ଖେଳି ୮୯ ଏବଂ ୪୬ ରନ୍‌ କରିଥିଲେ। ଏହାପରେ ଏବେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

ତାଙ୍କ ଫର୍ମକୁ ନେଇ ବ୍ୟାଟିଂ କୋଚ୍‌ ରାଠୋର କହିଛନ୍ତି, ପ୍ରତ୍ୟାବର୍ତ୍ତନ ପରଠାରୁ ସେ ବିଳମ୍ବରେ ଏବଂ ଶରୀର ପାଖରେ ଶଟ୍‌ ଖେଳୁଛନ୍ତି। ନେଟ୍‌ରେ ମଧ୍ୟ ସେଭଳି ବ୍ୟାଟିଂ କରୁଛନ୍ତି। ଏଥିଲାଗି ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକାରେ ତାଙ୍କ ଭଳି ଖେଳାଳିଙ୍କ ଭଲ ପ୍ରଦର୍ଶନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share