ନୂଆଦିଲ୍ଲୀ,୨୩।୭: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ। ଏହାକୁ ନେଇ ରାହାଣେଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଅଜିଙ୍କ୍ୟ ରାହାଣେ ଓ ଝିଅଙ୍କ ସହ ନଜର ଆସିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ଆଜିଙ୍କ୍ୟ ରାହାଣେ ଓ ରାଧିକା ୨୦୧୪ରେ ବିବାହ କରିଥିଲେ। ୨୦୧୯ରେ ତାଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିଥିଲା। ଏବେ ପୁଣି ଥରେ ରାହାଣେଙ୍କ ଘରକୁ କୁନି ଅତିଥି ଆସିବେ। ଯାହାକୁ ନେଇ ସେମାନେ ଖୁସି ଥିବା ଦେଖିବାକୁ ମିଳିଛି।