Categories: ଖେଳ

ମାତ୍ର ୫୦ ଲକ୍ଷରେ ବିକ୍ରି ହେଲେ ରାହାନେ

କୋଚି,୨୩।୧୨: ଅଷ୍ଟ୍ରେଲିଆରେ ଭାରତକୁ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ଭେଟି ଦେଇଥିବା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁକ୍ରବାର ଚାଲିଥିବା ମିନି ଅକ୍ସନରେ ଚେନ୍ନାଇ ମାତ୍ର ୫୦ ଲକ୍ଷ ମୂଲ୍ୟରେ ତାଙ୍କୁ ଦଳରେ ସାମିଲ କରିଛି। ଏହା ତାଙ୍କ ବେସ୍‌ ପ୍ରାଇସ୍‌ ମଧ୍ୟ ଥିଲା।

୨୦୦୮ରେ ଡେବ୍ୟୁ କରିଥିବା ରାହାନେ ଏଯାବତ ୧୫୮ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ ୪୦୭୪ ରନ୍‌ କରିଛନ୍ତି। ଗତ ସିଜନରେ କିନ୍ତୁ ସେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ଆଇପିଏଲ୍‌ ୨୦୨୨ର ୭ ମ୍ୟାଚ୍‌ ଖେଳି ସେ ମାତ୍ର ୧୩୩ ରନ୍‌ କରିଥିଲେ। ଏହି ପ୍ରଦର୍ଶନକୁ ନେଇ ତାଙ୍କୁ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଦଳରୁ ବାହାର କରିଦେଇଥିଲା।

Share