Categories: ବାଣିଜ୍ୟ

ଆଜିଠାରୁ ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌

ଭୁବନେଶ୍ୱର,୨୨।୯:ଭାରତର ପ୍ରିମିୟମ ଫେସନ ଇ-ଟେଲର ଆଜିଓର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ‘ଅଲ୍‌ ଷ୍ଟାର୍ସ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାର୍କସ୍‌ ଆଣ୍ଡ ସ୍ପେନ୍‌ସର ଏବଂ ଲି ଓ ରାଙ୍ଗଲର ସହଭାଗିତାରେ କରାଯାଉଥିବା ଏହି ‘ଅଲ୍‌ ଷ୍ଟାର୍ସ ସେଲ୍‌’ ୨୦୨୩ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି, ଏହା ପୂର୍ବ (୨୦୨୩ ସେପ୍ଟମ୍ବେର ୧୭)ରୁ ଗ୍ରାହକମାନେ ପ୍ରତିଦିନ ୬ ଘଣ୍ଟାର ଲିମିଟେଡ୍‌ ଆକ୍ସେସ୍‌ ଲାଭ କରିଛନ୍ତି। ବିଶେଷ କରି ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌ (ଏଏଏସଏସ୍‌) ଜରିଆରେ ଗ୍ରାହକମାନେ ୫୫୦୦ ରୁ ଅଧିକ ବ୍ରାଣ୍ଡ ମଧ୍ୟରୁ କ୍ରୟ କରିପାରିବେ। ଯେଉଁଥିରେ ଅତୁଳନୀୟ ସପିଂ ଅନୁଭବ ପ୍ରଦାନ କରୁଥିବା ୧.୫ ମିଲିୟନରୁ ଅଧିକ ଫେସନ ଷ୍ଟାଇଲ୍‌ ରହିଛି। ଏ ସମ୍ପର୍କରେ ଆଜିଓର ସିଇଓ ବିନୀଥ ନାୟର କହିଛନ୍ତି, ଅଲ୍‌ ଷ୍ଟାର୍ସ ସେଲ୍‌ ଫେସନର ସର୍ବବୃହତ୍‌ ବ୍ରାଣ୍ଡକୁ ଗ୍ରାହକଙ୍କ ନିକଟକୁ ଆଣି ଏକ ବାସ୍ତବିକ ଆକର୍ଷଣୀୟ ସପିଂ ଅନୁଭବ ପ୍ରଦାନ କରିଥାଏ ଏହି ସଂସ୍କରଣରେ ଆମେ ଛୋଟ ସହର ଓ ନଗରରୁ କ୍ରମାଗତ ଚାହିଦା ଓ ଅଧିକ ଅର୍ଡ଼ରର ଆଶା କରୁଛୁ, ଇଂଟରନେଟର ବହୁଳ ବ୍ୟବହାର ସହିତ ୫ଜିର ଶୁଭାରମ୍ଭ ଦ୍ୱାରା ଅଧିକରୁ ଅଧିକ ଭାରତୀୟମାନେ ଅନଲାଇନ୍‌ ସପିଂକୁ ଆପଣାଇଛନ୍ତି ଓ ଆମେ ଆଶା କରୁଛୁ ୧୦ଲକ୍ଷରୁ ଉଦ୍ଧର୍‌ବ ପ୍ରଥମ ଥର କ୍ରେତାମାନେ ଆଜିଓରେ ଥିବା ୧.୫ମିଲିୟନରୁ ଅଧିକ ଷ୍ଟାଇଲରୁ କିଣାକିଣି କରିପାରିବେ।

Share