ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭ (ଆଜିଠାରୁ) ରୁ ଉକ୍ତ ସେଲ୍‌ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବାବେଳେ ଆଡିଡାସ୍‌ ଏବଂ ସୁପରଡ୍ରାଏ ଦ୍ୱାରା ଉକ୍ତ ସେଲ୍‌ ପରିଚାଳିତ ହେଉଛି। ଅପରପକ୍ଷରେ ଡିସେମ୍ବର ୪ରୁ ଆରମ୍ଭ ହୋଇଥିବା ଉକ୍ତ ସେଲ୍‌ରେ ଗ୍ରାହକମାନେ ଶୀଘ୍ର ପ୍ରବେଶ ସୁବିଧା ହାସଲ କରିଥିଲେ। ବିଗ୍‌ ବୋଲ୍ଡ ସେଲ୍‌ (ବିବିଏସ୍‌)ର ସର୍ବବୃହତ୍‌ ସଂସ୍କରଣରେ ଗ୍ରାହକମାନେ ୫୫୦୦+ରୁ ଅଧିକ ବ୍ରାଣ୍ଡ୍‌ ସମେତ ୧.୬ ନିୟୁତରୁ ଅଧିକ କ୍ୟୁରେଟେଡ୍‌ ଫ୍ୟାଶନ ଷ୍ଟାଇଲ୍‌ ପ୍ରଦାନ କରିପାରିବେ, ଯାହା ଏକ ଅତୁଳନୀୟ ଶପିଂ ଅନୁଭୂତି ପ୍ରଦାନ କରିବ। ବିବିଏସ୍‌ରେ ୧୯,୦୦୦ ରୁ ଅଧିକ ପିନ୍‌ କୋଡ୍‌ର ଗ୍ରାହକମାନେ ଫ୍ୟାଶନ୍‌, ଜୀବନଶୈଳୀ, ଘର ଓ ସାଜସଜ୍ଜା, ଗହଣା, ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିଗତ ଯତ୍ନ ଭଳି ସାମଗ୍ରୀ ବର୍ଗରେ ସର୍ବୋତ୍ତମ ଡିଲ୍‌ ଏବଂ ଅଫର ସହ ସ୍ବତନ୍ତ୍ର ଅନ୍ତର୍ଜାତୀୟ ବ୍ରାଣ୍ଡ୍‌, ଓନଡ ଲେବଲ୍‌ ଏବଂ ଘରୋଇ ବ୍ରାଣ୍ଡଗୁଡ଼ିକର କ୍ରୟ କରିବେ। ଅପରପକ୍ଷରେ ଆଇସିଆଇସିଆଇ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡର ବ୍ୟବହାର ଉପରେ ୧୦% ପର୍ଯ୍ୟନ୍ତ ଅତିରିକ୍ତ ରିହାତି ସହିତ ଗ୍ରାହକମାନେ ବଡ଼ ସଞ୍ଚୟ ମଧ୍ୟ କରିପାରିବେ ଏବଂ ଶୀର୍ଷ ବ୍ରାଣ୍ଡ ଓ ବର୍ଗରେ ୫୦ରୁ୯୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏ ସମ୍ପର୍କରେ ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି, ବିଗ୍‌ ବୋଲ୍ଡ ସେଲ୍‌ ହେଉଛି ବ୍ରାଣ୍ଡ୍‌ର ସବୁଠାରୁ ଲୋକପ୍ରିୟ ସେଲ୍‌ ଇଭେଣ୍ଟ, ଯାହାକୁ ଗ୍ରାହକମାନେ ଗୋଟିଏ ପରେ ଗୋଟିଏ ସଂସ୍କରଣ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏପରିକି ଏହାର ପ୍ରାରମ୍ଭିକ ଆକ୍‌ସେସ୍‌ ଆରମ୍ଭ ହେବା ପରଠାରୁ ଆମେ ବିଏୟୁ ଉପରେ ୪୦% ଅର୍ଡରର ବୃଦ୍ଧି ଦେଖିଛୁ। ସବୁଠାରୁ ବଡ଼ ବ୍ରାଣ୍ଡ ଏବଂ ସବୁଠାରୁ ବଡ଼ ଅଫର ସହିତ ଆମେ ଏହି ଶପିଂ ଋତୁରେ ଗ୍ରାହକଙ୍କୁ ଖୁସି କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ଚଳିତ ଥର ଶ୍ରଦ୍ଧା କପୁର ଶକ୍ତି କପୁରଙ୍କ ସହ ଲଞ୍ଚ କ୍ୟାମ୍ପେନ୍‌ ଫିଲ୍ମରେ ଫେରିଛନ୍ତି। ଆଜିଓରେ ଉପଲବ୍ଧ ସବୁଠାରୁ ବଡ଼ ବ୍ରାଣ୍ଡ୍‌ ପ୍ରଦର୍ଶନ କରି ବାପ-ଝିଅଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri