ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବତନ ପେସର ଏବେ ମୁଖ୍ୟ କୋଚ୍ ରିକି ପଣ୍ଟିଂ, ବୋଲିଂ କୋଚ୍ ଜେମ୍ସ ହୋପ୍ସ, ଦୁଇ ସହାୟକ କୋଚ୍ ଶେନ ଓ୍ବାଟସନ ଓ ପ୍ରବୀଣ ଆମ୍ରେଙ୍କ ସହ କାର୍ଯ୍ୟ କରିବେ।
“ଚଳିତ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ସହ ଯୋଡ଼ି ହେବା ପାଇଁ ମୁଁ ଖୁବ୍ ଉତ୍ସାହିତ” ବୋଲି ଅଗରକର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୮ରୁ ୨୦୦୭ ମଧ୍ୟରେ ଅଗରକର ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪ ଟି୨୦ ମ୍ୟାଚ୍ ଖେଳିଥିଲେ। ଆଇପିଏଲରେ ସେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଥିଲେ।