ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା ପରେ ତାଙ୍କ ମା’ କ୍ଷେତ୍ରମଣିଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ସେ ମଧ୍ୟ ପୁଅ ଅଜିତଙ୍କ ଭଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁକ୍ରବାର ରାତିରେ ତାଙ୍କର ପରଲୋକ ଘଟିଛି। ଏହାକୁ ନେଇ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।