Categories: ଜାତୀୟ

ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଅଜିତ ପାଓ୍ବାର, ଦେବେନ୍ଦ୍ର ଫଡନଭିସ

ମୁମ୍ବାଇ,୧୧।୭: ବର୍ଷା ନିବାସରେ ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ଉପସ୍ଥିତ ଥିଲେ। ତେବେ ଦେବେନ୍ଦ୍ର ଫଡନଭିସ ପ୍ରବେଶ କରିବାର ଏକ ଘଣ୍ଟା ନଅ ମିନିଟ ପରେ ଅଜିତ ପାୱାର ବର୍ଷା ଆବାସରେ ପ୍ରବେଶ କରିଥିଲେ। ଏକ ଘଣ୍ଟା ପୂର୍ବରୁ ସଭା ଶେଷ କରିବା ପରେ ସେ ତାଙ୍କ ଦେବଗିରି ବାସଭବନକୁ ଚାଲିଗଲେ। ଏହି ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିବା କୁହାଯାଉଛି।
ଅନୁମାନ କରାଯାଉଛି କି ଖୁବ ଶୀଘ୍ର ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ କରାଯିବ ବୋଲି ଆଲୋଚନା ଚାଲିଛି। ଏସମ୍ପର୍କରେ ରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅଜିତ ପାୱାର ଏକ ଘଣ୍ଟା ବିଳମ୍ବରେ ବୈଠକରେ ପହଞ୍ଚି ଏକ ଘଣ୍ଟା ପୂର୍ବରୁ ସଭା ଶେଷ କରି ତାଙ୍କ ଦେବଗିରି ବାସଭବନକୁ ଚାଲିଯାଇଥିଲେ। ଅଜିତ ପାୱାର ଯିବାର ଏକ ଘଣ୍ଟା ପରେ ଦେବେନ୍ଦ୍ର ଫଡନଭିସ ତାଙ୍କ ସାଗର ସ୍ଥିତ ବାସଭବନକୁ ଚାଲିଯାଇଥିଲେ।

Share