Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ନେଇ ଜାଣି ନାହଁାନ୍ତି ଅଜିତ ଗୋଷ୍ଠୀର ନେତା

ମୁମ୍ବାଇ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଜନୈତିକ ଛକାପଞ୍ଚା ମଧ୍ୟରେ ଘଡିକରେ ଘୋଡା ଛୁଟୁଛି। ଦାଦା ବନାମ ପୁତୁରା କଳି ନୂଆ ମୋଡ ନେଇଛି।

ଏକ ଟିଭି ସାକ୍ଷାତକାରରେ ଅଜିତ ପାୱାରଙ୍କ ଏନସିପି ସାଂସଦ ଉମେଶ ପାଟିଲ ପ୍ରକାଶ କରିଛନ୍ତି ଯେ, ଶରଦ ପାୱାରଙ୍କୁ କେଉଁ ବୈଠକରେ ଶୀର୍ଷ ପଦବୀରୁ ହଟାଇ ଦିଆଯାଇଛି ସେ ଜାଣି ନାହଁାନ୍ତି। ସେ କହିଛନ୍ତି, ଶୁକ୍ରବାର ହୋଇଥିବା ବୈଠକ ବିଷୟରେ ମୋତେ କୌଣସି ସୂଚନା ଦିଆଯାଇନାହିଁ। ମୁଁ ସେହି ସଭାରେ ଉପସ୍ଥିତ ନଥିଲି। ଗଣମାଧ୍ୟମ ଦ୍ୱାରା ସଭା ବିଷୟରେ ଜାଣିବାକୁ ପାଇଲି। ଉମେଶଙ୍କ ଏହି ସାକ୍ଷାତକାର ଭିଡିଓକୁ ଶେୟାର କରି ଏଏପି(ଆପ୍‌) ସାଂସଦ ସଞ୍ଜୟ ସିଂ ପ୍ରଶ୍ନ କରିଛନ୍ତି ଯେ, ମହାରାଷ୍ଟ୍ରରେ କି ନାଟକ ଚାଲିଛି।

ସୂଚନାଯୋଗ୍ୟ, ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଦୁଇ ଦିନ ପୂର୍ବରୁ ସେ ଏନସିପି ସଭାପତି ଭାବେ ନିର୍ବାଚିତ ହୋଇଥିବା ନେଇ କହିଛନ୍ତି। କେବଳ ଏତିକି ନୁହେଁ ଦଳୀୟ ଚିହ୍ନକୁ ଦାବି କରିବାକୁ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲେ। ତେବେ ଜାତୀୟ କାର୍ଯ୍ୟର୍ନିବାହୀ ବୈଠକରେ ଅଜିତଙ୍କୁ ଏନସିପି ସଭାପତି କରାଯାଇଥିବା ଏବେ ଯାଏଁ କୌଣସି ସୂଚନା ମିଳିନାହିଁ

Share