Categories: ଜାତୀୟ

ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ: ସଞ୍ଜୟ ରାଉତ

ମୁମ୍ବାଇ,୨୨।୪: ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଶନିବାର କହିଛନ୍ତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। କାରଣ ତାଙ୍କ ନିକଟରେ ବ୍ୟାପକ ପ୍ରଶାସନିକ ଅନୁଭବ ରହିଛି। ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ରାଉତ କହିଛନ୍ତି, କେତେଜଣ ଅଯୋଗ୍ୟ ଲୋକ ରାଜ୍ୟକୁ ବିଭାଜନ କରିବାକୁ ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଜୁନରେ ୪୦ ବିଧାୟକ ବିଦ୍ରୋହ କରିଥିଲେ, ଯାହାଦ୍ୱାରା ମହାବିକାଶ ଅଘାଡି ସରକାର ଭାଙ୍ଗି ଯାଇଥିଲା। ଏହି ବିଧାୟକଙ୍କ ନେତୃତ୍ୱ ସିନ୍ଦେ ନେଇଥିଲେ।

ସଞ୍ଜୟ ରାଉତ କହିଛନ୍ତି, କିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁନାହିଁ। ହେଲେ ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ। ସେ ଏତେବର୍ଷ ହେବ ରାଜନୀତିରେ ରହିଛନ୍ତି ଓ ଅକେନ ଥର ମନ୍ତ୍ରୀ ରହି ସାରିଛନ୍ତି। ତାଙ୍କ ନାମରେ ସବୁଠାରୁ ଅଧିକ ଥର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାର ରେକର୍ଡ ରହିଛି। ସମସ୍ତେ କୁହନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉଚିତ। ୨୩ ନଭେମ୍ବର, ୨୦୧୯ରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ ଓ ଅଜିତ ପାଓ୍ବାର କ୍ରମଶଃ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ୨୮ ନଭେମ୍ବରରେ ବହୁମତ ସାବ୍ୟସ୍ତ ନ କରି ସରକାର ଭାଙ୍ଗି ଯାଇଥିଲା।

Share