Categories: ଜାତୀୟ

‘୨ରୁ ଅଧିକ ସନ୍ତାନ ଥିବା ଏମ୍‌ପି-ବିଧାୟକଙ୍କୁ ନିର୍ବାଚନ ଲଢିବା ଉପରେ ରୋକ୍‌ ଲଗାଇବା ଉଚିତ୍‌’

ନୂଆଦିଲ୍ଲୀ,୨୪।୪: କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ ପାୱାର ଭାରତର ଜନସଂଖ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୁଣେର ବାରାମତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ରବିବାର କହିଛନ୍ତି , ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ଚାଇନାକୁ ଅତିକ୍ରମ କରିଛି। ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ସେମାନଙ୍କୁ ବର୍ତ୍ତମାନ କୌଣସି ସୁଯୋଗ ଦିଆଯିବା ଉଚିତ୍‌ ନୁହେଁ। ଏପରିକି ଏମ୍‌ପି ଏବଂ ବିଧାୟକଙ୍କର ୨ରୁ ଅଧିକ ପିଲା ଥିଲେ ନିର୍ବାଚନ ଲଢିବା ଉପରେ କେନ୍ଦ୍ର ସରକାର ରୋକ୍‌ ଲଭାଇବାକୁ ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଯେତେବେଳେ ଭିଲାସ୍ରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଜିଲା ପରିଷଦ ଏବଂ ଗ୍ରାମ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଯଦି ଦୁଇରୁ ଅଧିକ ପିଲା ଥାଆନ୍ତି ତେବେ ସେମାନଙ୍କୁ ନିର୍ବାଚନ ଲଢିପାରିବେ ନାହିଁ। ହେଲେ ଏହି ନିୟମ ଏମ୍‌ପି ଏବଂ ବିଧାୟକଙ୍କ ପାଇଁ କାହିଁକି ପ୍ରଯୁଜ୍ୟ ନୁହେଁ ବୋଲି ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ଉପରେ କେନ୍ଦ୍ର ସରକାର ରୋକ୍‌ ଲଭାଇବାକୁ ସେ କହିଛନ୍ତି।

Share