Categories: ଜାତୀୟ

ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଶରଦଙ୍କୁ ଭେଟିବା ପରେ ପୁଣି ଏକାଠି ହୋଇଯିବ କି ଏନ୍‌ସିପି

ନୂଆଦିଲ୍ଲୀ,୧୬।୭: ଶରଦ ପାୱାରଙ୍କ ସହ ଅଜିତ ପାୱାର ଗୋଷ୍ଠୀର ନେତାଙ୍କ ବୈଠକ ପରେ ମହାରାଷ୍ଟ୍ରରେ ରାଜନୀତି ପୁଣି ଜୋରଦାର ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଆଦିତ୍ୟ ତଟକରେ, ହସନ ମୁଶ୍ରିଫ୍‌, ଧନଞ୍ଜୟ ମୁଣ୍ଡେ, ଦିଲୀପ ୱାଲ୍ସ ପାଟିଲ, ସଞ୍ଜୟ ବନଶୋଡେ ଏବଂ ସୁନୀଲ ତଟକରେ ପ୍ରମୁଖ ଶରଦ ପାୱାରଙ୍କୁ ଭେଟିବା ପାଇଁ ରବିବାର ଓ୍ବାଇବି ଚହ୍ବାନ୍‌ ସେଣ୍ଟରରେ ପହଞ୍ଚିଥିଲେ।
ଏହି ବୈଠକ ପରେ ଏନସିପିର ମହାରାଷ୍ଟ୍ର ୟୁନିଟର ସଭାପତି ଜୟନ୍ତ ପାଟିଲ କହିଛନ୍ତି, ଆମେ ସରକାରରେ ନାହୁଁ, କିଛି ଲୋକ ଅନ୍ୟ ଦଳକୁ ଯାଇଛନ୍ତି ଏବଂ ସେମାନେ ସରକାରଙ୍କୁ ସମର୍ଥନ କରିଛନ୍ତି, କିନ୍ତୁ ଆମେ ସରକାରଙ୍କୁ ସମର୍ଥନ କରିନାହୁଁ। ଆମ ପାର୍ଟିରେ ବିଭାଜନ ଅଛି। ଶରଦ ପାୱାରଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ସମସ୍ତେ ଶିବସେନା ଏବଂ କଂଗ୍ରେସ ସହିତ ବିଧାନସଭାରେ ବସିବେ।
ଜୟନ୍ତ ପାଟିଲ ଆହୁରି କହିଛନ୍ତି, ଯଦି ଏହି ସମସ୍ତ ମନ୍ତ୍ରୀ (ଯେଉଁମାନେ ମହାରାଷ୍ଟ୍ର ସରକାରରେ ଯୋଗ ଦେଇଥିଲେ) ଆମ ଦଳକୁ ଫେରି ଆସନ୍ତି, ତେବେ ମହାରାଷ୍ଟ୍ର ଏନସିପିର ସଭାପତି ଭାବରେ ମୁଁ ଏଥିରେ ବହୁତ ଖୁସି ହେବି।
ସୂଚନାଯୋଗ୍ୟ,ଜୁଲାଇ ୨ରେ ମହାରାଷ୍ଟ୍ର ରାଜନୀତିରେ ହଠାତ୍‌ ନୂଆମୋଡ ଆସିଥିଲା। ଅଜିତଙ୍କ ନେତୃତ୍ୱରେ କିଛି ଏନସିପି ବିଧାୟକ ଦଳରେ ବିଦ୍ରୋହ ସୃଷ୍ଟି କରି ଏପ୍‌ଡିଏରେ ସାମିଲ ହୋଇଥିଲେ। ଶିନ୍ଦେ ସରକାରରେ ଯୋଗଦେବା ପରେ ଶରrଦwପାଓ୍ବାରଙ୍କ ସହ ଏହା ପ୍ରଥମ ସାକ୍ଷାତ ଥିଲା।

Share