Categories: ଜାତୀୟ

ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କୁ ବଡ଼ ଝଟକା

ମୁମ୍ବାଇ,୧୯।୯: ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସମୟରେ ଶରଦ ପାୱାର ଅଜିତ ପାୱାରଙ୍କ ଦଳକୁ ଏକ ବଡ ଝଟକା ଦେଇଛନ୍ତି। ଛଗନ ଭୁଜବଲଙ୍କ ସମର୍ଥକ ତଥା ଓବିସି ସେଲର ସଭାପତି ଈଶ୍ୱର ବାଲବୁଦ୍ଧେ ଶରଦ ପାୱାର ଦଳରେ ଯୋଗ ଦେବେ। ଆସନ୍ତାକାଲି (୨୦ସେପ୍ଟେମ୍ବର)ରେ ଈଶ୍ୱର ବାଲବୁଦ୍ଧେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗଦେବେ। ଏହି ସମୟ ମଧ୍ୟରେ ପାର୍ଟି କାର୍ଯ୍ୟାଳୟରେ ଶରଦ ପାୱାର ଏବଂ ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ରହିବେ। ଈଶ୍ୱର ବାଲବୁଦ୍ଧେ କହିଛନ୍ତି ଯେ ଓବିସି ସେଲ ଅଜିତ ପାୱାରଙ୍କ ସମର୍ଥନ ପାଇନାହିଁ। ଓବିସି ସମ୍ପ୍ରଦାୟ ଉପରେ ତାଙ୍କର ଭଲ ଧାରଣା ରହିଛି। ଏଭଳି ପରିସ୍ଥିତିରେ ଅଜିତଙ୍କ ଦଳକୁ ନିର୍ବାଚନ ପୂର୍ବରୁ ଏକ ବଡ଼ ଝଟକା ଲାଗିଥିବା ଜଣାପଡିଛି। ଈଶ୍ୱର ବାଲବୁଦ୍ଧେଙ୍କ ସହ ଛଗନ ଭୁଜବଲଙ୍କ କିଛି ସମର୍ଥକ ମଧ୍ୟ ଏନସିପି ଅଜିତ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି।

Share