Categories: ଜାତୀୟ

ଅଜିତ ପାୱାର ଦଳର ‘X’ ଆକାଉଣ୍ଟ ସସ୍‌ପେଣ୍ଡ

ମୁମ୍ବାଇ,୧୩।୯: ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ(ଏନସିପି)ରେ ଦୁଇଟି ଦଳ ଗଠନ ହେବା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଦଳର ଦାବିକୁ ନେଇ ଯୁଦ୍ଧ ଚାଲିଛି। ଏହି ସମୟରେ ଅଜିତ ପାୱାର ଗୋଷ୍ଠୀର ‘X’ (ପୂର୍ବ ଟୁଇଟର) ଆକାଉଣ୍ଟକୁ ସସ୍‌ପେଣ୍ଡ କରିଦିଆଯାଇଛି। ଅଜିତଙ୍କ ଦଳର କହିବା ଅନୁସାରେ, ସମାନ ନାମରେ ଏକ ଆକାଉଣ୍ଟ ଥିବା ନେଇ ଶରଦ ପାଓ୍ବାର ଦଳ ଅଭିଯୋଗ କରିଥିଲେ, ଯାହା ପରେ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି।

Share