Categories: ଜାତୀୟ

ଅଜିତଙ୍କୁ ମିଳିପାରେ ଅର୍ଥ ମନ୍ତ୍ରଣାଳୟ

ମୁମ୍ବାଇ,୧୩।୭: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଅଜିତ ପାଓ୍ବାରଙ୍କ ସହ ତାଙ୍କର ୮ ବିଧାୟକଙ୍କୁ ମନ୍ତ୍ରିପଦର ଶପଥ ଦିଆସରିଛି। ହେଲେ ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନାହିଁ। ଏହାକୁ ନେଇ କିଛିଦିନ ହେବ ମନ୍ଥନ ଜାରି ରହିଛି। ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଅଜିତ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିପାରେ। ଉପ ମୁଖ୍ୟମନ୍ତ୍ରୀ ପାଓ୍ବାରଙ୍କୁ ଏହି ମନ୍ତ୍ରଣାଳୟ ହସ୍ତାନ୍ତର ଲାଗି ପ୍ରାୟତଃ ନିଷ୍ପତ୍ତି ନିଆ ସରିଛି। ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଏହି ବିଭାଗକୁ ନେଇ ଗତ ପ୍ରାୟ ଏକ ସପ୍ତାହ ହେବ ଲଗାତାର ବୈଠକ ଚାଲିଛି।
ମହାରାଷ୍ଟ୍ରରେ ବିଭାଗ ବଣ୍ଟନକୁୁ ନେଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ତାଙ୍କ ସହ ପ୍ରଫୁଲ୍ଲ ପଟେଲ ବି ଉପସ୍ଥିତ ଥିଲେ। କୁହାଯାଉଛି କି ଶାହାଙ୍କ ସହ ସାକ୍ଷାତ ପରେ ଆଗକୁ ଆଇନର ଲଢେଇ ସମ୍ପର୍କରେ ଚର୍ଚ୍ଚା ହୋଇଛି। ଏହାପରେ ଶିବସେନା ଶିନ୍ଦେଙ୍କ ପକ୍ଷରୁ ହରିଶ ସାଲଭେ ପାଓ୍ବାରଙ୍କ ପକ୍ଷରୁ ମାମଲା ଲଢି ପାରନ୍ତି।

 

Share