Categories: ଜାତୀୟ

ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ ପାଓ୍ବାର: ବିରୋଧୀ ନେତାଙ୍କ ଦାବି

ମୁମ୍ବାଇ,୧୪।୮: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ବିଜୟ ୱାଡେଟିୱାର ସୋମବାର ଦାବି କରିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗଡଚିରୌଲି ସହରରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଶିନ୍ଦେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ‘ ସ୍ବାସ୍ଥ୍ୟ ଆଧାର’ ଉପରେ ତାଙ୍କ ସ୍ଥାନ ନେବା ପାଇଁ ପ୍ରସ୍ତୁତି ଚାଲିଛି।

ସେ କହିଛନ୍ତି ଯେ, ଶିନ୍ଦେଙ୍କ ସମ୍ଭାବ୍ୟ ବଦଳିକୁ ନେଇ କଳ୍ପନାଜଳ୍ପନକୁ ଦୃଷ୍ଟିରେ ରଖି ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାର ପୁଣେରେ ଏକ ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ସ୍ଥାନ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

Share