Categories: ଜାତୀୟ

ଶରଦ ପାୱାରଙ୍କୁ ଅଜିତଙ୍କ କେନ୍ଦ୍ର କ୍ୟାବିନେଟର ଅଫର ଦେବା ଉପରେ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୬।୮: ଅଜିତ ପାୱାର ଶରଦ ପାୱାରଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାର ଅଫର ଦେଇଥିବା ଖବରକୁ ନେଇ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଞ୍ଜୟ କହିଛନ୍ତି, ଅଜିତ ପାୱାର ଏତେ ବଡ ନେତା ନୁହଁନ୍ତି ଯେ, ସେ ଶରଦ ପାୱାରଙ୍କୁ ଏକ ଅଫର ଦେଇପାରିବେ।

ସଞ୍ଜୟ ରାଉତ ନ୍ୟୁଜ୍‌ ଏଜେନ୍ସି ସହିତ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ତାଙ୍କୁ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମ ରିପୋର୍ଟ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଅଜିତ ପାୱାର ଶରଦ ପାୱାରଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ଯାହାକୁ ସେ ଅସ୍ବୀକାର କରିଛନ୍ତି।

Share