Categories: ଜାତୀୟ

ପୋଷ୍ଟର ଲଗାଇଦେଲେ କେହି ମୁଖ୍ୟମନ୍ତ୍ରୀ ହୋଇ ଯିବେନି: ଭାଜପା ବିଧାୟକ

ମୁମ୍ବାଇ,୨୬।୪: ମହାରାଷ୍ଟ୍ର ରାଜନୀତି ଏବେ ସରଗରମ। ଏନସିପି ନେତା ତଥା ବିଧାନସଭାର ବିରୋଧୀଦଳ ନେତା ଶରଦ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ବାଲା ପୋଷ୍ଟର ସ୍ଥାନେ ସ୍ଥାନେ ଲଗାଯାଇଛି। ଏହାକୁ ନେଇ ଶିବସେନା (ଶିନ୍ଦେ କ୍ୟାମ୍ପ)ବିଧାୟକ ସଞ୍ଜୟ ସିରସାଟ କହିଛନ୍ତି ପୋଷ୍ଟର ଲଗାଇ ଦେଲେ କେହି ମୁଖ୍ୟମନ୍ତ୍ରୀ ହୋଇ ଯିବେନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପୋଷ୍ଟର ଯଦି ଥରେ ଲଗା ଯାଇଥାଆନ୍ତା ତେବେ ବୁଝାପଡିଥାଆନ୍ତା କି କେହି କର୍ମୀ ତାଙ୍କ ନେତାଙ୍କ ସମ୍ମାନରେ ପୋଷ୍ଟର ଲଗାଇଛନ୍ତି। ହେଲେ ପୋଷ୍ଟର ଯଦି ବାରମ୍ବାର ଲଗାଯାଉଛି ତେବେ ଏହାର ଅର୍ଥ ହେଉଛି ଅଜିତ ପାଓ୍ବାର ଯାଞ୍ଚ କରୁଛନ୍ତି ଯେ ତାଙ୍କ ଦଳରେ ତାଙ୍କର କେତେଜଣ ସମର୍ଥକ ରହିଛନ୍ତି।

ସଞ୍ଜୟ ଶିରସାଟ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଶାସନ ପରିବର୍ତ୍ତନର କୌଣସି ଚାନ୍ସ ନାହିଁ। ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ରାୟ କଥା କହିବା ତେବେ ଲାଗୁଛି ଆମେ ଯାହାବି କରୁଛୁ ଏ ସମସ୍ତ ଆଇନ ଭିତରେ ରହି କରୁଛୁ। ସେଥିପାଇଁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କି ସୁପ୍ରିମକୋର୍ଟଙ୍କ ରାୟ ବି ଆମ ସପକ୍ଷରେ ଆସିବ।

Share