Categories: ଜାତୀୟ

‘କେବେ ମାୟାବତୀ, ମୁଲାୟମ ସିଂ ମଧ୍ୟ…’, ମହାରାଷ୍ଟ୍ରରେ କେସିଆରଙ୍କ ଏଣ୍ଟ୍ରି ଉପରେ କହିଲେ ଅଜିତ ପାଓ୍ବାର

ମୁମ୍ବାଇ, ୧୯।୬: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆରଏସ ମହାରାଷ୍ଟ୍ରରେ ଏହାର ଆଧାର ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଏନସିପି ନେତା ଅଜିତ ପାୱାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସେ କହିଛନ୍ତି, କେବେ ମାୟାବତୀ ଏବଂ ମୁଲାୟମ ସିଂ ଯାଦବ ପଶ୍ଚିମ ରାଜ୍ୟରେ ମୂଳ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳତା ପାଇପାରି ନ ଥିଲେ। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି କେସିଆର, ବିଆରଏସ ତେଲଙ୍ଗାନା ବାହାରେ ବିସ୍ତାର କରିବାକୁ ଚେଷ୍ଟା ଏଥିପାଇଁ କରୁଛି କାରଣ ସମ୍ଭବତଃ ସେମାନେ ରାଷ୍ଟ୍ରୀୟ ନେତା ହେବାକୁ ଚାହୁଁଛନ୍ତି।

ଅଜିତ ପାୱାର କହିଛନ୍ତି, ଆଞ୍ଚଳିକ ଦଳମାନେ ନିଜ ନିଜ ରାଜ୍ୟରେ ନିଜକୁ ମଜବୁତ କରିପାରିବେ। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମହାରାଷ୍ଟ୍ରକୁ ଧରିବାକୁ ଚାହଁୁଛନ୍ତି। ୟୁପିର ମୁଖ୍ୟମନ୍ତ୍ରୀ ଥିବାବେଳେ ମାୟାବତୀ ଏବଂ ମୁଲାୟମ ସିଂ ଯାଦବ ନିଜ ଦଳକୁ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଚାହୁଁଥିବା ଫଳାଫଳ ପାଇଲେ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନଙ୍କ ଦଳର କିଛି ବିଧାୟକ ନିର୍ବାଚିତ ହୋଇଥିଲେ।

ଏନସିପି ନେତା ଆହୁରି କହିଛନ୍ତି, ରାଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ, ତେବେ ମହାରାଷ୍ଟ୍ରରେ ତାଙ୍କ ଦଳର କାର୍ଯ୍ୟର କାମ କିଏ ଦେଖିବ? ଏନସିପିର ନେତା ତଥା ଅନ୍ୟ କେତେକ ଦଳର ନେତାମାନେ ବିଆରଏସରେ ଯୋଗ ଦେଉଛନ୍ତି କିନ୍ତୁ ଏହା ଚିନ୍ତାର କାରଣ, ଏମ୍‌ଭିଏ ମିଳିତ ମଞ୍ଚ ଏବଂ ଭାଜପା-ଶିବସେନା ମିଳିତ ମଞ୍ଚରେ ଟିକେଟ ପାଇବେ ନାହିଁ ବୋଲି ସେମାନେ ଚିନ୍ତାରେ ଅଛନ୍ତି।

Share