Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି ଅଜିତ

ମୁମ୍ବାଇ,୧୩।୮: ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ରରେ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ବୈଠକ ସମ୍ପର୍କରେ ବଡ ତଥ୍ୟ ସାମ୍ନାକୁ ଆସିଛି। ସୂଚନାନୁସାରେ, ଅଜିତ ପାୱାର ଶରଦ ପାୱାରଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଶରଦ ପାୱାର ଏଥିରେ ସହମତ ନ ଥିବାରୁ ବୈଠକରେ ଏକାଠି ହେବା ଫଳପ୍ରଦ ହୋଇପାରିଲା ନାହିଁ ବୋଲି କୁହାଯାଉଛି।
ଯେତେବେଳେ ଶରଦ ପାୱାର ରାଜି ହୋଇ ନ ଥିଲେ, ଅଜିତ ପାୱାର କହିଛନ୍ତି ଯେ ଆପଣଙ୍କ ସହ କିଛି ବିଧାୟକ ଆମ ସହିତ ଆସିବାକୁ ଯାଉଛନ୍ତି, ସେମାନଙ୍କୁ ଆସିବାକୁ ଦିଅନ୍ତୁ। ସୂଚନାନୁସାରେ, ଶରଦ ପାୱାର କହିଛନ୍ତି ଯେ ସେ ଯାଉଥିବା ଲୋକଙ୍କୁ ଅଟକାଇବେ ନାହିଁ କିନ୍ତୁ ସେ ନିଜେ ଆସିବେ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଶରଦ ପାୱାରଙ୍କୁ ମନାଇବା ପ୍ରସ୍ତାବ ଅଜିତ ପାୱାରଙ୍କ ନାମରେ ପୁଣି ଥରେ ବୈଠକରେ ଆଗତ କରାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ ଦଳର ସମସ୍ତ ବିଧାୟକ ଚାହୁଁଛନ୍ତି ଯେ ଆପଣ ଆସନ୍ତୁ। ସେଥିପାଇଁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ। ତାଙ୍କୁ ମଧ୍ୟ କୁହାଯାଇଥିଲା ଯେ ବରିଷ୍ଠ ପାୱାର କ୍ୟାମ୍ପରୁ କିଛି ବିଧାୟକ ମଧ୍ୟ ସରକାରରେ ଯୋଗ ଦେବାକୁ ଚାହୁଁଛନ୍ତି। ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦିଅନ୍ତୁ।

Share