Categories: ଜାତୀୟ

ଅଜିତ ପାଓ୍ବାର ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ ନେତା…

ମୁମ୍ବାଇ,୪।୧୦ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଙ୍ଗଳବାର କ୍ୟାବିନେଟ ବୈଠକରେ ଯୋଗ ନ ଦେବା ପରେ ରାଜ୍ୟ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିବା ଜଣାପଡିଛି। ଚର୍ଜା ହେଉଛି ଚାଚା ଶରଦ ପାୱାରଙ୍କଠାରୁ ଅଲଗା ହୋଇ ଭାଜପା ଶିବିରରେ ଯୋଗ ଦେଇଥିବା ଅଜିତ ପାୱାର ରାଗିଛନ୍ତି। ଏହି ସମୟରେ କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଅଜିତ ପାୱାରଙ୍କୁ ରାଜ୍ୟରେ ସରକାର ଚଳାଇବା ପାଇଁ ଭାଜପା ଏକ ସୁଯୋଗ ଦେଇପାରେ।

ସେ କହିଛନ୍ତି ମହାରାଷ୍ଟ୍ରରେ ଚାଲୁଥିବା ସରକାର ସାମ୍ବିଧାନିକ ନୁହେଁ ଏବଂ କ୍ଷମତାଚ୍ୟୁତ କରି ଜବରଦଖଲ ଦ୍ୱାରା ଗଠିତ ହୋଇଛି। ଭାରତୀୟ ଜନତା ପାଟ ରାଜ୍ୟରେ ସରକାର ଗଠନ କରିଥିଲା, କିନ୍ତୁ ଏବେ ଏହା ସଙ୍କଟରେ ଅଛି । ଏହା ଉପରେ ପ୍ରଥମ ସଙ୍କଟ ସାମ୍ବିଧାନିକ, ଯେଉଁଥିରେ ମୂଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇପାରେ। ତେବେ ସରକାର ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଦ୍ୱିତୀୟ ସମସ୍ୟା ହେଉଛି ଏଭଳି କ୍ଷମତାଚ୍ୟୁତ ସରକାର ଗଠନ କରି ଭାଜପାର ସମର୍ଥନ ଆଧାର ହ୍ରାସ ପାଉଛି । ଫଳରେ ଦଳକୁ କୌଣସି ଲାଭ ମିଳୁ ନାହିଁ।

ଶିବସେନା ଭାଙ୍ଗିବା ପରେ ଶିନ୍ଦେଙ୍କ ଗୋଷ୍ଠୀ ମରାଠା ଭୋଟ ପାଇବା ଭଳି ମନେହୁଏ ନାହିଁ। ଅଜିତ ପାୱାର ମଧ୍ୟ ଅସନ୍ତୁଷ୍ଟ ଦେଖାଯାଉଛନ୍ତି। ତାଙ୍କର ଅସନ୍ତୁଷ୍ଟ ନାଟକ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏଥିପାଇଁ ବହୁତ ସମୟ ଲାଗୁଛି।

ମୁଁ ଭାବୁଛି ଆଗାମୀ ଦିନରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆସୁଛି ଏବଂ ଭାଜପା ଏକନାଥ ଶିନ୍ଦେଙ୍କୁ କ୍ଷୀରରେ ପଡ଼ିଥିବା ମାଛି ପରି ଫିଙ୍ଗି ଦେବ। ଏହି କାରଣରୁ ଶିନ୍ଦେ ଗୋଷ୍ଠୀଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

ଏହା ସମ୍ଭବ ଆସନ୍ତା ସମୟରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ଅନୁଯାୟୀ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇପାରେ କିମ୍ବା ଅଜିତ ପାୱାରଙ୍କୁ ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇପାରେ।

 

Share