Categories: ଜାତୀୟ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ: ଗୁରୁତ୍ୱପୂର୍ଣ୍ଣ ବିଭାଗ ଲାଗି ଅଜିତଙ୍କ ଲବି

ମୁମ୍ବାଇ,୧୪ା୭: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଏବଂ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ଶୁକ୍ରବାର ହୋଇପାରେ ବୋଲି ଶାସକ ଶିବସେନା ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଥିବା ବେଳେ ଏହା ଏନ୍‌ସିପି ନେତା ତଥା ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ସହ ବୈଠକରେ ଅଜିତ ତାଙ୍କ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିମନ୍ତେ ଲବି କରିଥିଲେ।

Share