Categories: ଖେଳ

‘ମାତ୍ର ୩ ଟଙ୍କା ପାଇଁ ହୋଇଥିଲେ କ୍ରିକେଟର୍‌’

କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକଙ୍କ କଥା ଆସେ, ଅଜିତ ୱାଡେକରଙ୍କ ନାମ ନିଶ୍ଚିତ ଭାବେ ଆସେ। ବିଦେଶୀ ମାଟିରେ ଭାରତର ପ୍ରଥମ ଟେଷ୍ଟ ସିରିଜ ଜିତିଥିବା କ୍ୟାପଟେନ ୱାଡେକର ୧୯୪୧ ମସିହା, ଏପ୍ରିଲ ୧ରେ ଜନ୍ମ ହୋଇଥିଲେ। ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଜିତ ୱାଡେକର ଜଣେ ଭଲ ‘ସ୍ଲିପ ଫିଲ୍ଡର’, ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ, ଚମତ୍କାର ଅଧିନାୟକ ତଥା ଭାରତୀୟ ଦଳର ସଫଳ କୋଚ ଭାବରେ କାର୍ଯ୍ୟ କରିଛନ୍ତି। କୌତୁହଳର ବିଷୟ, ତାଙ୍କ କ୍ରିକେଟ କ୍ୟାରିୟର ଏକ ବସ ଯାତ୍ରାରୁ ଆରମ୍ଭ ହୋଇଥିଲା।
ଥରେ ୱାଡେକର ପୂର୍ବତନ ଭାରତୀୟ କ୍ରିକେଟର ବାଲୁ ଗୁପ୍ତାଙ୍କ ସହ ଏକ ବସ୍‌ରେ ଏଲଫିଷ୍ଟୋନ କଲେଜକୁ ଯାଉଥିଲେ। ବାଲୁ ଗୁପ୍ତା କଲେଜରେ ଓ୍ବାଡେକରଙ୍କ ଦୁଇ ବର୍ଷ ସିନିୟର ଥିଲେ। ଗୁପ୍ତା ଆର୍ଟସର ଏବଂ ୱାଡେକର ବିଜ୍ଞଶନର ଛାତ୍ର ଥିଲେଃ ୱାଡେକର ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେଃ ବାଲୁ ଏବଂ ୱାଡେକର ସମାନ ବସରେ କଲେଜ ଯାଉଥିଲେ। ଦିନେ ବାଲୁ ଗୁପ୍ତା ତାଙ୍କୁ ପଚାରିଲେ, ଅଜିତ ତୁମେ ଆମ କଲେଜ କ୍ରିକେଟ ଦଳର ଦ୍ୱାଦଶ ଖେଳାଳି ହେବ କି? ତାଙ୍କର ୧୧ ଜଣ ଖେଳାଳି ଥିଲେ। କିନ୍ତୁ ପଡ଼ିଆରେ ପାଣି ବୋହିବା ପାଇଁ ତାଙ୍କ ପାଖରେ ଖେଳାଳି ନ ଥିଲେ। ଏଥିପାଇଁ ତାଙ୍କୁ ତାଙ୍କୁ ଦିନକୁ ୩ ଟଙ୍କା ଅଫର ମିଳିଥିଲା। ୧୯୫୭ରେ, ତିନି ଟଙ୍କାର ମୂଲ୍ୟ ବହୁତ ଥିଲା, ଏଠାରୁ ସେ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ।
ପରେ ୱାଦେକର କଲେଜରେ କ୍ରିକେଟ ଖେଳିବା ଆରମ୍ଭ କଲେ। ସେଠାରେ ସେ ସୁନୀଲ ଗାଭାସ୍କରଙ୍କ ମାମୁଁ ମାଧବ ମନ୍ତ୍ରଙ୍କୁ ଭେଟିଥିଲେ। ଅଧ୍ୟୟନ ହେତୁ, ସେ ବହୁତ ବିଳମ୍ବରେ ଅଭ୍ୟାସ ପାଇଁ ପଡିଆରେରେ ପହଞ୍ଚୁଥିଲେ। ଦିନେ ମାଧବ ମନ୍ତ୍ର ୱାଡେକରଙ୍କୁ ନେଟ୍ସରେ ବ୍ୟାଟିଂ କରିବାକୁ କହିଥିଲେ। ଏହା ପରେ ମାଧବ କଲେଜ ଦଳର ଅଧିନାୟକଙ୍କୁ କହିଥିଲେ ଯେ ୱାଡେକର ଦଳରେ ନିୟମିତ ଖେଳିବା ଜାରି ରଖିବେ। ଏହା ପରେ ୱାଡେକର ପଛକୁ ଚାହିଁ ନ ଥିଲେ।
ଏକଦା ବିଦେଶରେ ଭାରତୀୟ ଦଳର ବିଜୟ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। ୱାଡେକର ଭାରତୀୟ ଦଳକୁ ବିଦେଶୀ ମାଟିରେ ବିଜୟର ସ୍ବାଦ ଚଖାଇଥିଲେ। ସେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମାଟିରେ ଭାରତକୁ ସ୍ମରଣୀୟ ବିଜୟ ପ୍ରଦାନ କରିଛନ୍ତି। ସେ ୩୭ଟି ଟେଷ୍ଟ ମ୍ୟାଚରେ ହାରାହାରି ୩୧.୦୭ରେ ୨୧୧୩ ରନ ସ୍କୋର କରି କରିଥିଲେ। ସେ ୧୯୬୭-୬୮ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକମାତ୍ର ଶତକ ହାସଲ କରିଥିଲେ। ୱାଡେକର ୨୩୭ ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୪୭ରେ ୧୫୩୮୦ ରନ ସଂଗ୍ରହ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ ରେ ତାଙ୍କ ନାମରେ ୩୬ ଶତକ ଏବଂ ୮୪ ଅର୍ଦ୍ଧଶତକ ଅଛି। ସେ ୧୫ ଅଗଷ୍ଟ ୨୦୧୮ ରେ ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ।

Share