Categories: ଜାତୀୟ

ଅଜିତ ଶୀଘ୍ର ହେବେ ମୁଖ୍ୟମନ୍ତ୍ରୀ ଟୁଇଟ ନେଇ ଚର୍ଚ୍ଚା, ମୋଦିଙ୍କୁ ଭେଟିଲେ ଶିନ୍ଦେ…

ମୁମ୍ବାଇ,୨୨।୭ : ମହାରାଷ୍ଟ୍ରର ରାଜନୀତି ଏକ ବଡ଼ ଧରଣର ରାଜନୈତିକ ଅଶାନ୍ତି ସମୟ ଦେଇ ଗତି କରୁଛି। ବର୍ତ୍ତମାନ ଏନସିପି ନେତାଙ୍କ ଏକ ଦାବି ସୂଚାଇ ଦେଉଛି ରାଜ୍ୟ ରାଜନୀତିରେ ଆଉ ଏକ ବଡ଼ ରାଜନୈତିକ ଘଟଣା ଘଟିବାକୁ ଯାଉଛି। ବାସ୍ତବରେ ଏନସିପି ବିଧାୟକ ଆମୋଲ ମିଟକରୀ ଏକ ଟୁଇଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଅଜିତ ପାୱାର ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହେବେ।

ଅଜିତ ପାୱାର ଶନିବାର ତାଙ୍କର ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଜିତ ପାୱାରଙ୍କ ସମର୍ଥକମାନେ ତାଙ୍କୁ ମହାରାଷ୍ଟ୍ରରେ ଶୁଭକାମନା ଜଣାଇ ହୋର୍ଡିଂ ଲଗାଇଛନ୍ତି। କେତେକ ହୋର୍ଡିଂରେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ କରାଯାଇଛି। ଏଥି ସହିତ, ଏନସିପି ବିଧାୟକ ଆମୋଲ ମିଟକରୀଙ୍କ ଏକ ଟୁଇଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଟୁଇଟର କ୍ୟାପଶନରେ ଏନସିପି ବିଧାୟକ ମରାଠୀରେ ଲେଖିଛନ୍ତି, ମୁଁ ଅଜିତ ଅନନ୍ତରାଓ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଛି।

ଅଜିତ ପାୱାରଙ୍କ ସିଏମ ହେବା ନେଇ ଆଲୋଚନା ମଧ୍ୟ ଶକ୍ତି ହାସଲ କରୁଛି କାରଣ ବର୍ତ୍ତମାନର ସିଏମ ଏକନାଥ ଶିନ୍ଦେ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଶିନ୍ଦେ କହିଛନ୍ତି ବର୍ଷା, ରାୟଗଡ ଘଟଣା ଏବଂ ରାଜ୍ୟରେ ଚାଲିଥିବା ପ୍ରକଳ୍ପ ବିଷୟରେ ଆମେ ଆଲୋଚନା କରିଛୁ।

ସୂଚନାଯୋଗ୍ୟ, ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତ ମଧ୍ୟ କହିଥିଲେ ଅଜିତ ପାୱାର ଖୁବ ଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।ରାଜ୍ୟରେ ଶିବସେନା (ଶିନ୍ଦେ) ଏବଂ ଭାଜପା ମିଳିତ ସରକାର ଗଠନ ପରେ ନିର୍ବାଚନରେ ମିଳିତ ମଞ୍ଚ ପରାଜୟର ସମ୍ମୁଖୀନ ହୋଇଛି। ଶିନ୍ଦେ ଶିବସେନାର ଭୋଟ ବ୍ୟାଙ୍କକୁ ସ୍ଥାନାନ୍ତର କରିବାରେ ସକ୍ଷମ ନୁହଁନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ଏହି କାରଣରୁ ଏମଭିଏର ସାମ୍ନା କରିବାକୁ ଅଜିତ ପାୱାରଙ୍କ ପରି ଭାଜପାର ଜଣେ ବଡ ନେତା ଦରକାର। ଏଭଳି ପରିସ୍ଥିତିରେ ଅଜିତ ପାୱାରଙ୍କ ମହାରାଷ୍ଟ୍ରର ସିଏମ ହେବା କଥାକୁ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

 

Share