ରୁଷିଆ ଆକ୍ରମଣ ଭୟ, ଏକେ-୪୭ ଚଳାଇବା ଟ୍ରେନିଂ ନେଉଛନ୍ତି ୟୁକ୍ରେନ୍‌ର ୭୯ ବର୍ଷୀୟ ବୃଦ୍ଧା

ଚେରଭୋନ, ୧୫ା୨: ରୁଷିଆର ଆକ୍ରମଣ ଆଶଙ୍କା ଭିତରେ ଦେଶର ସୁରକ୍ଷା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ୟୁକ୍ରେନ ବାସୀ। ଶକ୍ତିଶାଳୀ ରୁଷିଆ ଆଗରେ ନିଜ ଦୃଢ଼ ମନୋବଳ ଦେଖାଇବାକୁ ୟୁକ୍ରେନ ବାସୀ ରାଲି ଆୟୋଜନ କରୁଥିବାବେଳେ ବୃଦ୍ଧା, ପିଲାମାନେ ମଧ୍ୟ ନିଜ ପାରୁ ପର୍ଯ୍ୟନ୍ତ ଦେଶ ପାଇଁ କିଛି କରି ଦେଖାଇବାକୁ ବାହାରି ଆସିଛନ୍ତି। ଏଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଜଣେ ୭୯ ବର୍ଷୀୟ ବୃଦ୍ଧା ହାତରେ ଏକେ-୪୭ ଧରି ଟ୍ରେନିଂ ନେଉଥିବା ଦେଖାଯାଇଛି।

ଏନ୍‌ସିବିର ମୁଖ୍ୟ ବୈଦେଶିକ ଖବରଦାତା ରିଚାର୍ଡ ଏଙ୍ଗେଲ୍‌ଙ୍କ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି ଉକ୍ତ ଫଟୋ। ଫଟୋରେ ଥିବା ବୃଦ୍ଧା ହେଲେ ଭାଲେଣ୍ଟାଇନା କନଷ୍ଟାଣ୍ଟିନୋଭସ୍କା। ସେ ମାରିଅପୋଲ ସ୍ଥାନରେ ନ୍ୟାସନାଲ ଗାର୍ଡର ଆଜୋଭ୍‌ ବାଟାଲିୟନ ଦ୍ୱାରା ଟ୍ରେନିଂ ନେଉଛନ୍ତି।

ଦେଖନ୍ତୁ ଟୁଇଟ୍‌:

Share