ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କ ଟେବୁଲରେ ଲାପଟପ୍‌ ସହିତ ଏକେ-୪୭…

କାବୁଲ,୯।୯: ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ତାଲିବାନ୍‌ ଦେଶର ଉଚ୍ଚ ପଦପଦବୀରେ ନିଜ ସଂଗଠନ ସଦସ୍ୟଙ୍କୁ ନିଯୁକ୍ତି କରିଛି। ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ହାତି ମହମ୍ମଦ ଇଦ୍ରିଶ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ତାଲିବାନର କଳାଧନକୁ ଧଳାରେ ପରିଣତ କରିବା ଦାୟିତ୍ୱ ନେଇଛନ୍ତି। ଏବେ ତାଙ୍କ କାର୍ଯ୍ୟାଳୟର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ଫଟୋରେ ତାଙ୍କ ଟେବୁଲ ଉପରେ ଲାପଟପ୍‌ ସହିତ ଏକେ-୪୭ ରହିଥିବାର ଦେଖିବାକୁ ମିଳୁଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ଇଦ୍ରିଶ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କୌଣସି ତଥ୍ୟ ଜଣାନାହିଁ।

ବ୍ୟାଙ୍କିଙ୍ଗ୍‌ ସମ୍ପର୍କରେ ତାଙ୍କ କେତେ ଦୂର ଜ୍ଞାନ ରହିଛି ତାହା ବି ଅଜଣା। ତେବେ ତାଙ୍କର ସବୁଠାରୁ ବଡ଼ ଯୋଗ୍ୟତା ହେଉଛି ଯେ, ସେ ତାଲିବାନ୍‌ର କଳାଧନକୁ ଧଳା କରୁଥିଲେ। ଏହି ଯୋଗ୍ୟତା ଆଧାରରେ କେନ୍ଦ୍ରୀୟ ବ୍ୟାଙ୍କ ଦା ଆଫଗାନିସ୍ତାନ ବ୍ୟାଙ୍କର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ସେ ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକୁ ସଂଗଠିତ କରିବା ସହିତ ବ୍ୟାଙ୍କିଙ୍ଗ୍‌ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ତାଲିବାନ୍‌ ପ୍ରବକ୍ତା ଜବିଉଲ୍ଲା ମୁଜାହିଦ ଇଦ୍ରିଶ୍‌ଙ୍କ ନିଯୁକ୍ତି ସମୟରେ ସୂଚନା ଦେଇଥିଲେ।

Share