Categories: ଜାତୀୟ

ଚରଣଜିତ ସିଂ, ହନି ଓ ମନିର କମ୍ବିନେଶନ: ଅକାଳି ଦଳ

ଚଣ୍ଡିଗଡ଼,୨୨ ।୧: ଅକାଳି ଦଳ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସମ୍ପର୍କିୟଙ୍କ ଘରେ ଇଡିର ରେଡ ସମୟରେ ମିଳିଥିବା କୋଟି କୋଟି ଟଙ୍କାକୁ ନେଇ ଖୁବ୍ ବର୍ଷିଛି । ଅକାଳି ଦଳ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚନ୍ନି ଓ ହନିଙ୍କ ଭିଡିଓ ଓ ଫଟୋ ଶେୟାର କରିଛି । ଏହାକୁ ନେଇ ଅକାଳି ଦଳ କହିଛି ସିଏମ୍ ଚନ୍ନିଙ୍କ ସମ୍ପର୍କିୟ ଭୁପିନ୍ଦର ହନିଙ୍କ ଘରୁ ୫୫ କୋଟି ଟଙ୍କା ମିଳିଲା । ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଏହାର ଜବାବ ଦେବା ଉଚିତ ଯେ ଏହି ଟଙ୍କା କେଉଁଠୁ ଆସିଲା । ଲକ୍ଷ ଲକ୍ଷ ରୋଲେକ୍ସ ଘଡି ଓ କୋଟି କୋଟି ଟଙ୍କାର ପ୍ରପଟ ିକେଉଁଠୁ ଆସିଲା ଆଉ ହନି କ’ଣ କରନ୍ତି ।
ଅକାଳି ଦଳ କହିଛି ଏହା ଚନ୍ନିଙ୍କ ଭ୍ରଷ୍ଟାଚାରର ପାର୍ଟ ୱାନ, ବାକି ୨-୩ ପାର୍ଟ ଆଗକୁ ଆସିବ । ଅକାଳିଦଳ ନେତା ବିକ୍ରମ ମଞ୍ଜିଠିୟା ସାଧାରଣତନ୍ତ୍ର ଦିବସ ଅବସରରେ ଚନ୍ନି ଓ କଂଗ୍ରେସର ସିନିୟର ନେତା ମନ୍ତ୍ରିଙ୍କ ସହ ଭୁପିନ୍ଦର ହନିଙ୍କ ସହ ମଞ୍ଚ ଉପରେ ଥିବା ଫଟୋ ସାର୍ବଜନିନ କରିଛନ୍ତି । ଅକାଳି ଦଳ ଦାବି କରିଛି କି ଚନ୍ନି, ହନି ଓ ମନିର କମ୍ବିନେଶନ । ଚନ୍ନି ରାଜ୍ୟର ସବୁକାମ ହନିଙ୍କ ଜରିଆରେ କରୁଥିଲେ ।

Share