ମିକାଙ୍କ ସ୍ବୟଂମ୍ବର ଜିତିବା ପରେ ଟ୍ରୋଲ ହେଉଛନ୍ତି ଆକାଂକ୍ଷା

ବମ୍ବେ: ଶେଷରେ ଲୋକପ୍ରିୟ ବଲିଉଡ ଗାୟକ ମିକା ସିଂହଙ୍କୁ ମିଳିଛି ପାର୍ଟନର। ଗାୟିକା ଆକାଂକ୍ଷା ପୁରୀ ହେବେ ତାଙ୍କ ଜୀବନସାଥୀ। ମିକାଙ୍କ ସ୍ବୟଂମ୍ବର ‘ମିକା ଦି ବୋଟି’ ଶେଷ ହୋଇଥିବା ବେଳେ ସେ ଆକାଂକ୍ଷାଙ୍କୁ ବରମାଳା ପିନ୍ଧାଇ ନିଜର କରିଛନ୍ତି। ତେବେ ପୂର୍ବରୁ ଉଭୟ ତେର ବର୍ଷ ଧରି ପରସ୍ପରର ବନ୍ଧୁ ଥିବାରୁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

ଶୋ’ ଜିତିବା ପରେ ଆକାଂକ୍ଷାକୁ ନେଇ ମିକା ଡିନର ଡେଟ୍‌ରେ ଯାଇଥିଲେ। ଏହି ସମୟରେ ଉଭୟ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଇଥିଲେ। ସୋସିଆଲ ମିଡିଆରେ ଉକ୍ତ ଫଟୋ ସହ ଭିଡିଓ ଭାଇରାଲ ହେବା ପରେ ଟ୍ରୋଲର୍‌ମାନେ ଆକାଂକ୍ଷାଙ୍କୁ ଟ୍ରୋଲ କରୁଛନ୍ତି। ଉଭୟଙ୍କ ଯୋଡ଼ି ଏବଂ ସମ୍ପର୍କ ମିଥ୍ୟା। ପୂର୍ବରୁ ପରସ୍ପରକୁ ଜାଣିଥିଲେ ହେଁ ସ୍ବୟଂମ୍ବରର ଡ୍ରାମା କାହିଁକି କଲ। ପୁରା ଶୋ’ ପୂର୍ବ ନିର୍ଦ୍ଧାରିତ ଥିଲା। ବାକି ସବୁ ଯୁବତୀ ନିରାଶ ହେଲେ ବୋଲି ଅନେକ କହୁଥିବା ଦେଖାଯାଇଛି।

Share