Categories: ଜାତୀୟ

ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଫଳରେ ଯାତ୍ରୀ ଅଳ୍ପକେ ବିପଦରୁ ବର୍ତ୍ତିଛନ୍ତି।
ସୂଚନାଯୋଗ୍ୟ, ବିମାନଟି ଉଡ଼ୁଥିବା ବେଳେ ହଠାତ୍‌ ପକ୍ଷୀମାଡ଼ ହୋଇଥିଲା। ଏହାଦ୍ୱାରା ବିମାନର ଅଧିକାଂଶ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।

Share