Categories: ବାଣିଜ୍ୟ

୪୩ ପାଇଲଟଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଅକାଶା ଏୟାର

ନୂଆଦିଲ୍ଲୀ,୧୭।୯: ବେସରକାରୀ ବିମାନ କମ୍ପାନୀ ଅକାଶା ଏୟାର ଏହାର ୪୩ ପାଇଲଟ୍‌ଙ୍କ ବିରୋଧରେ କୋଟର୍ର୍ ଯିବାକୁ ନିଷ୍ପତ୍ତି ନେଇଛି। ନୋଟିସ ନ ଦେଇ କର୍ମଚାରୀମାନେ କମ୍ପାନୀ ଛାଡ଼ିଥିବାରୁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ୬ ମାସର ନୋଟିସ୍‌ ଅବଧିରେ କର୍ମଚାରୀ ରହିବା କଥା। ଏହି ସମୟରେ ସେମାନେ ଅନ୍ୟ କୌଣସି କମ୍ପାନୀରେ କାମ କରିବା ଅବୈଧ ଅଟେ। ଏହି କାରଣରୁ ଅଗଷ୍ଟରେ କମ୍ପାନୀ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଥିଲା। ପାଇଲଟମାନଙ୍କର ମନଇଚ୍ଛା ନୋଟିସ ଲାଗି ହଜାର ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଥିବା ବିମାନକମ୍ପାନୀର ମୁଖପାତ୍ର କହିଛନ୍ତି।

Share