ମୁମ୍ବାଇ,୧୫ ।୧୦: ଅକାସା ଏୟାର ଲାଇନ୍ସର ଏକ ବିମାନ ମୁମ୍ବାଇରୁ ଉଡିବା ପରେ ପୁଣିଥରେ ମୁମ୍ବାଇ ଫେରି ଆସିଛି । ବିମାନର କ୍ୟାବିନରୁ କିଛି ଜଳିବାର ଗନ୍ଧ ଆସିବାରୁ ବିମାନଟିକୁ ପୁଣିଥରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଛି । କୁହାଯାଉଛି କି ଅକାସା ଏୟାର ଲାଇନ୍ସର ବୋଇଙ୍ଗ ମ୍ୟାକ୍ସ ଭିଟି-ୱାଏଇ ବିମାନ ଶନିବାର ଯେତେବେଳେ ଉଡାଣ ଆରମ୍ଭ କଲା ସେତେବେଳେ ତା’ର ଇଞ୍ଜିନ ଠିକ କାମ କରୁଥିଲା ହେଲେ ହଠାତ୍ କ୍ୟାବିନରୁ କିଛି ଜଳିବାର ଗନ୍ଧ ବାହାରିଥିଲା । ଏହାପରେ ପୁଣିଥରେ ମୁମ୍ବାଇ ବିମାନ ବନ୍ଦରରେ ବିମାନଟିକୁ ଅବତରଣ କରି ଯାଞ୍ଚ କରାଯାଇଥିଲା । ଏହାପରେ ଜଣାପଡିଥିଲା କି ବିମାନରେ ପକ୍ଷୀ ବାଡେଇ ହୋଇ ଯାଇଛି । କାରଣ ଯାଞ୍ଚ ସମୟରେ ପକ୍ଷୀ ଶରୀରର କିଛି ଅଂଶ ମିଳିଥିଲା । ତେବେ ବିମାନଟି ମୁମ୍ବାଇରୁ ବେଙ୍ଗାଲୁର ଯାଉଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବର ସୁରକ୍ଷିତ ଅଛନ୍ତି ।