Categories: ଜାତୀୟ

ବିଏସ୍‌ପିକୁ ପୁଣି ଫେରିଲେ ଆକାଶ ଆନନ୍ଦ; ମାୟାବତୀ ଦେଲେ ଏହି ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୨୨।୬: ବହୁଜନ ସମାଜ ପାର୍ଟୀ(ବିଏସ୍‌ପି)କୁ ପୁଣି ଫେରିଛନ୍ତି ଆକାଶ ଆନନ୍ଦ। ସୁପ୍ରିମୋ ମାୟାବତୀ ତାଙ୍କୁ ଉତ୍ତରାଖଣ୍ଡ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ନିଯୁକ୍ତ କରିଛନ୍ତି। ଶନିବାର ବିଏସ୍‌ପି ପକ୍ଷରୁ ଜାରି କରାଯାଇଥିବା ୧୩ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପୁତୁରା ଆକାଶ ଆନନ୍ଦଙ୍କ ନାମ ସାମିଲ ରହିଛି। ତେବେ ଲୋକ ସଭା ନିର୍ବାଚନ ସମୟରେ ମାୟାବତୀ ଆକାଶଙ୍କୁ ନିଜର ଉତ୍ତରାଧିକାରୀ ତଥା ଦଳର ନ୍ୟାଶନାଲ କୋର୍ଡିନେଟର ପଦରୁ ହଟାଇ ଦେଇଥିଲେ। ଏହା ପୂର୍ବରୁ ଦଳ ପଞ୍ଜାବ ଉପନିର୍ବାଚନ ଲାଗି ମଧ୍ୟ ତାଙ୍କୁ ପ୍ରଚାରକ କରିଥିଲା।

ବିଏସ୍‌ପି ପକ୍ଷରୁ ଜାରି କରାଯାଇଥିବା ବୟାନରେ ଆକାଶ ଆନନ୍ଦଙ୍କ ନାମ ମାୟାବତୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ଅର୍ଥ ଦଳରେ ମାୟାବତୀଙ୍କ ପରେ ଆକାଶ ଆନନ୍ଦ ହିଁ ଦ୍ୱିତୀୟ ନେତା ହେବେ। ହେଲେ ଲୋ

Share