Categories: ବାଣିଜ୍ୟ

ବାପାଙ୍କ ମାର୍ଗରେ ଅମ୍ବାନୀଙ୍କ ତିନି ସନ୍ତାନ, ନେବେ ନାହିଁ କୌଣସି ଦରମା, କେବଳ…

ନୂଆଦିଲ୍ଲୀ,୨୬।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅମ୍ବାନୀ ପରିବାରର ୩ ଉତ୍ତରାଧିକାରୀ କୌଣସି ପାଉଣା ନେବେନାହିଁ। ପୂର୍ବରୁ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ୨୦୨୦-୨୧ ଆର୍ଥିକ ବର୍ଷରୁ କମ୍ପାନୀରୁ କୌଣସି ଦରମା ନେଉନାହାନ୍ତି। ଏବେ ତାଙ୍କ ଦୁଇ ପୁଅ ଆକାଶ-ଅନନ୍ତ ଏବଂ ଝିଅ ଈଶା କମ୍ପାନୀର ନିର୍ଦ୍ଦେଶକ ହୋଇଥିଲେ ହେଁ ଦରମା ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ କେବଳ ନିର୍ଦ୍ଦେଶକ ଏବଂ ସମିତି ବୈଠକରେ ସାମିଲ ହେବା ଲାଗି ପାଉଣା ମିଳିବ। କମ୍ପାନୀ ପକ୍ଷରୁ ତାଙ୍କ ନିଯୁକ୍ତି ଉପରେ ଶେୟାରଧାରୀଙ୍କ ମଞ୍ଜୁରି ନେବା ଲାଗି ରଖାଯାଇଥିବା ପ୍ରସ୍ତାବରେ ଏହି ସୂଚନା ଦିଆଯାଇଛି। ତେବେ ଅମ୍ବାନୀଙ୍କ ତିନି ପିଲାଙ୍କୁ ନିର୍ଦ୍ଦେଶକ ବୋର୍ଡରେ ସାମିଲ କରାଯିବା ନେଇ ଅଗଷ୍ଟରେ ଘୋଷଣା କରାଯାଇଥିଲା।

Share