Categories: ଜାତୀୟ

ନାତିର ନାମକରଣ କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୨୩।୧୨: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ନିକଟରେ ଜେଜେ ହୋଇଛନ୍ତି। ନାତି ଜନ୍ମ ହେବାର ୧୨ଦିନ ପରେ ଏବେ ଅମ୍ବାନୀ ପରିବାର ନବଜାତର ନାମକରଣ କରିଛନ୍ତି। ମୁକେଶଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ଶ୍ଲୋକା ମେହେଟ୍ଟା ନିଜ ପୁଅର ପୃଥ୍ବୀ ଆକାଶ ଅମ୍ବାନୀ ରଖିଛନ୍ତି। ଶ୍ଲୋକା ୧୦ ଡିସେମ୍ବରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମୁକେଶ ଅମ୍ବାନୀ ନାତି ସହ ଏକ ଫଟୋ ଉଠାଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ପରେ ଅମ୍ବାନୀ ପରିବାରକୁ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଆକାଶ ଓ ଶ୍ଲୋକା ୨୦୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Share