ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜେଇଇ ଆଡ୍ଭାନ୍ସଡ ଫଳାଫଳରେ ବଡ଼ ସଫଳତା ହାସଲ କରିଛି। ଉକ୍ତ ଯୋଗ୍ୟତା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଜେଇଇ ଆଡ୍ଭାନ୍ସଡ ପରୀକ୍ଷା ଦେଇଥିଲେ।
ରବିବାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ଆଡ୍ଭାନ୍ସଡ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଆକାଶ ବାଇଜୁସ୍ର ଭୁବନେଶ୍ୱରସ୍ଥିତ ଭୌମନଗର ଶାଖାର ଛାତ୍ର ଅତିଶ କୁମାର ସାହୁ ସର୍ବଭାରତୀୟ ସ୍ତର (ଏଆଇଆର)ରେ ୩୧୧ତମ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗର୍ବିତ କରାଇଛନ୍ତି। ଏପରିକି ଅତିଶଙ୍କ ଏହି ସଫଳତା ଉଭୟ ତାଙ୍କ ଅଭିଭାବକ ଏବଂ ଶିକ୍ଷା ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଛି। ଏ ସମ୍ପର୍କରେ ଆକାଶ ବାଇଜୁସ୍ର ଏମ୍ଡି ଆକାଶ ଚୌଧରୀ କହିଛନ୍ତି, ଆମେ ଅତିଶଙ୍କୁ ତାଙ୍କର ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ବିଶେଷକରି ମହାମାରୀ ପ୍ରଭାବିତ ଶିକ୍ଷାବର୍ଷଗୁଡ଼ିକରେ ଆକାଶ ବାଇଜୁସ୍ ଆଉ ପାଦେ ଆଗକୁ ଯାଇ ଛାତ୍ରୀଛାତ୍ରଙ୍କୁ ଜେଇଇରେ ଶ୍ରେଷ୍ଠ ପର୍ସେଣ୍ଟାଇଲ ହାସଲ ଦିଗରେ ସମର୍ଥ କରାଇଥିଲା। ଛାତ୍ରୀଛାତ୍ରଙ୍କ ପାଇଁ ଆମର ଡିଜିଟାଲ ଉପସ୍ଥିତି ଯେଭଳି ସବୁ ସମୟରେ ଉପଲବ୍ଧ ହୋଇପାରିବ।