Categories: ବାଣିଜ୍ୟ

ସମ୍ବଲପୁରରେ ଆକାଶ ବାଇଜୁସ୍‌ର ସେଣ୍ଟର

ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍‌ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆକାଶ ବାଇଜୁସ୍‌ର ଇଷ୍ଟ ରିଜିଓନାଲ ଅପରେଶନ ମୁଖ୍ୟ ଜୟଦୀପ ମୁଖାର୍ଜୀ, ଓଡ଼ିଶା ରିଜିଓନାଲ ସେଲ୍ସ ଏବଂ ଗ୍ରୋଥ୍‌ ମୁଖ୍ୟ ବିକାଶ ଦାସ, ଇଷ୍ଟ ଡେପୁଟି ଡାଇରେକ୍ଟର ସୂର୍ଯ୍ୟଭାନୁ ସିଂ, ଓଡ଼ିଶା ଆସିଷ୍ଟାଣ୍ଟ ଡାଇରେକ୍ଟର ରାଜୀବ ନୟନ ଏବଂ ରିଜିଓନାଲ ଏଚ୍‌ଆର୍‌ ମୁଖ୍ୟ ସାଗର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ା ୫୯୬୮ ବର୍ଗଫୁଟ୍‌ ପରିମିତ ଜମିରେ ଗଢ଼ି ଉଠିଥିବା ଉକ୍ତ ସେଣ୍ଟରରେ ୮ଟି ଶ୍ରେଣୀଗୃହ ରହିଛି। ଏଠାରେ ୧୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟକ୍ଷ ଭାବେ କ୍ଲାସ୍‌ ପ୍ରଦାନ କରିପାରିବ। ଏପରିକି କନେକ୍ଟେଡ ଓ ସ୍ମାର୍ଟ କ୍ଲାସ୍‌ରୁମ୍‌ ଥିବା ଉକ୍ତ ସେଣ୍ଟର ହାଇବ୍ରିଡ୍‌ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କୁ ଏକ ବାଧାମୁକ୍ତ ଶିକ୍ଷା ଅନୁଭୂତି ପ୍ରଦାନ କରିପାରିବ।
ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ସିଇଓ ଅଭିଷେକ ମାହେଶ୍ୱରୀ କହିଛନ୍ତି, ଆମେ ଛାତ୍ରୀଛାତ୍ର କୈନ୍ଦ୍ରିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଉ। ସେହିପରି ଆକାଶ ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଅଜୟ ବାହାଦୁର ସିଂହ କହିଛନ୍ତି,ସମ୍ବଲପୁରରେ ଆମର ପ୍ରଥମ ସେଣ୍ଟରର ଶୁଭାରମ୍ଭ କରି ବେଶ ଖୁସି ଅନୁଭବ କରୁଛୁ।

Share