Categories: ବାଣିଜ୍ୟ

ଏନ୍‌ଇଇଟି (ୟୁଜି)ରେ ଆକାଶ ବାଇଜୁସର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନଇଇଟି (ୟୁଜି)-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପରିକି ଏନଇଇଟି (ୟୁଜି)-୨୦୨୩ର ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ଶ୍ରେଷ୍ଠ-୧୦ ଜଣଙ୍କ ମଧ୍ୟରେ ଆକାଶ ବାଇଜୁସର ୪ଜଣ ଛାତ୍ର ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ୩ୟ,୫ମ,୬ଷ୍ଠ ଏବଂ ୮ମରେ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୫୦ ମଧ୍ୟରେ ଆକାଶ ବାଇଜୁସର ୩୦ଜଣ ଛାତ୍ରୀଛାତ୍ର ସ୍ଥାନ ପାଇଥିବାବେଳେ ଶ୍ରେଷ୍ଠ-୧୦୦ ତମ ସ୍ଥାନରେ ଅନୁଷ୍ଠାନର ୫୭ ଜଣ ଛାତ୍ରୀଛାତ୍ର ସାମିଲ ଅଛନ୍ତି। ଅପରପକ୍ଷରେ ୧୪୫ ରୁ ଅଧିକ ପିଲା ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ୧୦୯ ଜଣ ପିଲା ସେଥିମଧ୍ୟରୁ ଆକାଶ ବାଇଜୁସର କ୍ଲାସରୁମ ପ୍ରୋଗ୍ରାମରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏପରିକି ୫୦୦ରୁ ଅଧିକ ନମ୍ବର ରଖି ଆକାଶ ବାଇଜୁସର ଲକ୍ଷାଧିକ କୃତୀ ଛାତ୍ରୀଛାତ୍ର ଏନଇଇଟି (ୟୁଜି)-୨୦୨୩ରେ ସଫଳତା ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଆକାଶ ବାଇଜୁସର ବିଭିନ୍ନ ସେଣ୍ଟରର ଶ୍ରେଷ୍ଠ ସ୍କୋରଧାରୀଙ୍କ ମଧ୍ୟରେ କୌସ୍ତଭ ବାଉରୀ ୭୨୦ରୁ ୭୧୬ ନମ୍ବର ରଖିବା ସହିତ ଅଲ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର) ସୂଚୀ ଅନୁସାରେ ୩ୟ ସ୍ଥାନରେ ରହିଛନ୍ତି। ସେହିଭଳି ଧ୍ରୁବ ଆଡଭାନୀ ୭୨୦ରୁ ୭୧୫ ନମ୍ବର ସହ ଏଆଇଆର- ୫ ଏବଂ ସୂର୍ଯ୍ୟ ସିଦ୍ଧାର୍ଥ ଏନ୍‌ ୭୨୦ରୁ ୭୧୫ ନମ୍ବର ସହ ଏଆଇଆର-୬ ଏବଂ ସ୍ବୟମ ଶକ୍ତି ଟି ୭୨୦ରୁ ୭୧୫ ନମ୍ବର ସହ ଏଆଇଆର-୮ ସ୍ଥାନରେ ରହିଛନ୍ତି। ଏପରିକି ୭୨୦ରୁ ୭୧୫ ନମ୍ବର ରଖିଥିବା ଧ୍ରୁବ ଆଡଭାନୀ କର୍ନାଟକ ରାଜ୍ୟ ଟପ୍ପର ହୋଇଥିବାବେଳେ ସ୍ବୟମ ଶକ୍ତି ଟି ଓଡିଶା ରାଜ୍ୟ ଟପ୍ପର ହୋଇଛନ୍ତି। ବିଶେଷ କରି ଏନଇଇଟି (ୟୁଜି)-୨୦୨୩ରେ ବେଶ ପ୍ରଭାବୀ ପ୍ରଦର୍ଶନୀ ସହ କୃତକାର୍ଯ୍ୟ ହାସଲ କରିଥିବା ସମସ୍ତ ଛାତ୍ରୀଛାତ୍ର ଆକାଶ ବାଇଜୁସର ବିଭିନ୍ନ ବର୍ଗର କ୍ଲାସରୁମ ପ୍ରୋଗ୍ରାମ କୋର୍ସରୁ ମନୋନୀତ ହୋଇଥିବା ଆକାଶ ବାଇଜୁସ ପକ୍ଷରୁ ସୂଚନା ଦିଆଯାଇଛି।

Share