ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ

ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍‌ ଏକ୍‌ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଉଲ୍ଲେଖନୀୟ ପରିମାଣର ନଗଦ ଅର୍ଥ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଏଇଏସ୍‌ଏଲ୍‌ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ, ଡେପୁଟି ଡାଇରେକ୍ଟର ସୂର୍ଯ୍ୟଭାନୁ ସିଂ,ରିଜିଓନାଲ ସେଲ୍‌ସ ଆଣ୍ଡ ଗ୍ରୋଥ୍‌ ହେଡ୍‌ ବିକାଶ ଦାସ, ରିଜିଓନାଲ ଅପରେଶନ୍ସ ହେଡ୍‌ ଜୟଦୀପ ମୁଖାର୍ଜୀ ଏବଂ ସିଓଇ ହେଡ୍‌ ପ୍ରବୀଣ କୁମାର ପ୍ରମୁଖ ଭୁବନେଶ୍ୱରଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଆନ୍ଥେ ୨୦୨୪ ଅକ୍ଟୋବର ୧୯ରୁ ୨୭ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଶୀର୍ଷ ସ୍କୋରଧାରୀ ମଧ୍ୟ ନଗଦ ଅର୍ଥ ପୁରସ୍କାର ପାଇପାରିବେ। ଆନ୍ଥେ ଅଫ୍‌ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୨୦ ଓ ୨୭ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ସମଗ୍ର ଦେଶରେ ଥିବା ୩୧୫ ରୁ ଅଧିକ ଆକାଶ ଇନ୍‌ଷ୍ଟିଚ୍ୟୁଟ ସେଣ୍ଟରରେ ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ କରାଯିବ। ସେହିଭଳି ଅନ୍‌ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୧୯ରୁ ୨୭ତାରିଖ ମଧ୍ୟରେ ଏକ୍‌ଜାମ ୱିଣ୍ଡୋରେ ଯେକୌଣସି ସମୟରେ କରାଯାଇପାରିବ। ଛାତ୍ରୀଛାତ୍ର ସେମାନଙ୍କ ପାଇଁ ସୁବିଧାଜନକ ୧ ଘଣ୍ଟା ଅବଧିର ସ୍ଲଟ୍‌ ବାଛିପାରିବେ। ଆନ୍ଥେ ୨୦୨୪ ନିମନ୍ତେ ନାମ ପଞ୍ଜୀକରଣ ଫର୍ମ ଦାଖଲର ଶେଷ ତାରିଖ ଅନ୍‌ଲାଇନ ପରୀକ୍ଷା ଆରମ୍ଭର ୩ ଦିନ ପୂର୍ବ ଏବଂ ଅଫ୍‌ଲାଇନ ପରୀକ୍ଷା ଆରମ୍ଭର ୭ ଦିନ ପୂର୍ବ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri