Categories: ଖେଳ

ଇଣ୍ଟରନ୍ୟାଶନାଲ ବକ୍ସିଂ: ଫାଇନାଲରେ ଆକାଶ

ନୂଆଦିଲ୍ଲୀ,୭ା୯: ବୋସନିଆ ଏବଂ ହର୍ଜଗୋଭିନାର ସରାଜେଭୋଠାରେ ଚାଲିଥିବା ମୁସ୍ତାଫା ହାଜରୁଲାହୋଭିଚ୍‌ ମେମୋରିଆଲ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଆକାଶ କୁମାର (୫୭କେଜି) ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ୨୦୨୧ର ବ୍ରୋଞ୍ଜ ପଦକ ବିଜେତା ଆକାଶ ଟୁର୍ନାମେଣ୍ଟର ସେମିଫାଇନାଲରେ ପାଲେଷ୍ଟାଇନର ଓ୍ବାସିମ ଅବୁସାଲଙ୍କୁ ୫-୦ରେ ହରାଇ ଦେଇଛନ୍ତି।

ଆକାଶ ଆରମ୍ଭରୁ ଆକ୍ରମଣାତ୍ମକ ନୀତି ଆପଣେଇ ଥିଲେ। ପ୍ରଥମ ରାଉଣ୍ଡରୁ ସେ ବାଉଟକୁ ନିଜ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡରେ ଅବୁସାଲ ପ୍ରତିଆକ୍ରମଣ କରିଥିଲେ। ହେଲେ ସେ ଅସଫଳ ରହିଥିଲେ। ଶୁକ୍ରବାର ମନିଷ କୌଶିକ (୬୩.୫କେଜି) ଓ ମଞ୍ଜୁୁ ରାଣୀ (୫୦କେଜି) ସେମିଫାଇନାଲରେ ଭାଗ ନେବେ। ଟୁର୍ନାମେଣ୍ଟରେ ଭାରତର ୧୧ଜଣିଆ ଦଳ ଭାଗ ନେଇଛନ୍ତି। ସେଥିରେ ୫ ମହିଳା ରହିଛନ୍ତି।

Share