ଯେ କୌଣସି ସ୍ଥିତିରେ ଶତ୍ରୁକୁ ବିନାଶ କରିବ ‘ଆକାଶ ପ୍ରାଇମ୍‌’

ବାଲେଶ୍ୱର,୨୭।୯: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ଚାନ୍ଦିପୁରସ୍ଥିତ ଆଇଟିଆର୍‌ କ୍ଷେପଣାସ୍ତ୍ର ଘାଟିରୁ ସୋମବାର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି। ଆକାଶ ସିଷ୍ଟମର ଏହା ଏକ ଅପଡେଟ୍‌ ଭର୍ସନ। ଅପରାହ୍ନ ୪ଟା ୩୦ରେ ଏହାର ପରୀକ୍ଷା କରାଯାଇଥିଲା। ଆକାଶରେ ଉଡୁଥିବା ମାନବ ବିହୀନ ବିମାନକୁ ଖୋଜି ଧ୍ୱଂଶ କରିବାରେ ଏହାର ସଠିକ କ୍ଷମତା ରହିଛି।

ଆକାଶ ସିଷ୍ଟମ ତୁଳନାରେ ଏଥିରେ ସ୍ବଦେଶୀ ସକ୍ରିୟ ରେଡିଓ ଫ୍ରିକ୍ୟୁଏନ୍ସି ରହିଛି। ଯାହା ଫଳରେ ବୃଦ୍ଧି ପାଇଛି ଏହାର ସଠିକ୍‌ ଲକ୍ଷ୍ୟଭେଦ କ୍ଷମତା। କମ୍‌ ତାପାମାତ୍ର ଓ ଅଧିକ ଉଚ୍ଚରେ ଥିବା ଶତ୍ରୁକୁ ଏହା ଧ୍ୱଂଶ କରିପାରିବ ବୋଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ କୁହାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆକାଶ ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆର୍‌ଡିଓ, ସ୍ଥଳ ସେନା, ବାୟୁ ସେନା, ଡିପିଏସ୍‌ୟୁକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି।

 

Share