ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାର୍‌ ଜବତ

ଭୁବନେଶ୍ୱର,୬।୧(ବ୍ୟୁରୋ): ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାରକୁ ଇଡି ଶୁକ୍ରବାର ଜବତ କରିଛି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ । ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି କାର୍‌କୁ ଆକାଶ କିଣିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଏହି କାରଟି ଗାୟବ ଥିଲା। ବର୍ତ୍ତମାନ ଏହି କାରକୁ ରାଜ୍ୟ ବାହାରୁ ଜବତ କରାଯାଇଛି। ପୂର୍ବରୁ ଆକାଶ ପାଠକଙ୍କ ବାପା ତଥା ଅବସର ପ୍ରାପ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କର ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଥିଲା।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଅବସରପ୍ରାପ୍ତ ଆଇଏଫଏସ ପାଠକଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ୨୦୨୦ ନଭେମ୍ବର ୨୭ରେ ଗିରଫ କରିଥିଲା। ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ୨୦୨୧ ମେ’ରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ପରେ ପୁଅ ଆକାଶ ପାଠକ ଠକେଇ ମାମଲାରେ ଧରାପଡ଼ିଥିଲେ।

Share