ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ ଏହି ଅଘଟଣ କୁ ନେଇ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର ଗୋଟିଏ ବଖରା ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଅନ୍ୟ ବଖରା ଗୁଡ଼ିକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ନିଆଁ ଯୋଗୁଁ ଘରର ଚାଳଛପର କୁହୁଳିବା ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇଵାରେ ଲାଗିଥିଲେ। ଖଵରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ନିଆଁ ବ୍ୟପିଯିବା ଭୟରେ ପଡୋଶୀ ପଡୋଶୀ ଙ୍କ ଚାଳ ଛପର ନଡା କାଢି ଦିଆଯାଇଥିଲା। ଦୀପାବଳି ସନ୍ଧ୍ୟାରେ କିଛି ଦୂରରେ ଉଡୁଥିବା ଗୋଟିଏ ଆକାଶଦୀପ ବାଣ ଚାଳ ଉପରେ ଖସିପଡି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ଏକ ଦୁର୍ଘଟଣା ବୋଲି ସେ କହିଛନ୍ତି। ଏବେ ଐତିହ୍ୟ ଗ୍ରାମରେ ଗୋପଵନ୍ଧୁ ଙ୍କ ଷଠିଘର ବିପଦ ମୁକ୍ତ। ତେବେ ଏହାର ସଂରକ୍ଷଣ କାମ କରୁଥିବା ଓବିସିସି ଅଧିକାରୀ ମାନେ ପହଞ୍ଚିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅଧକ୍ଷ ଶ୍ରୀ ପଣ୍ଡା କହିଛନ୍ତି।

Share