ଅଷ୍ଟ୍ରେଲିଆରେ ଜଣେ ପଳାତକ ଅପରାଧୀ ପୋଲିସକୁ ଭୟ କରି ଏପରି ଏକ ସ୍ଥାନରେ ଲୁଚି ରହିଥିଲେ ଯେଉଁଠାରେ ମୃତ୍ୟୁଛଡା ଆଉ କିଛି ନ ଥିଲା। ସେ ଅଷ୍ଟ୍ରେଲିଆର ଉତ୍ତରରେ ଥିବା ଏକ ଘଞ୍ଚ ଜଙ୍ଗଲର ଏକ ଆମ୍ବଗଛରେ ଲୁଚିଥିଲେ। ଗଛତଳେ ପାଣି ଥିବା ବେଳେ ସେଥିରେ କୁମ୍ଭୀର ଥିଲା। ସେ ଅନେକ ଦିନ ପର୍ଯ୍ୟନ୍ତ ଏଠାରେ ଲୁଚି ରହିଥିଲେ। ଏହି ସମୟରେ ଜୀବନ୍ତ ଗେଣ୍ଡା ବଞ୍ଚୁଥିଲେ। ଜାଣନ୍ତୁ ତାଙ୍କ ସମ୍ପର୍କରେ…
ଅଷ୍ଟ୍ରେଲିଆର ଡାରୱିନ ଅଞ୍ଚଳରେ ରହୁଥିବା ଦୁଇ ମତ୍ସ୍ୟଜୀବୀ କେଭିନ ଜୋଏନର୍ ଏବଂ କ୍ୟାମ ଫାଷ୍ଟ ମାଛ ଧରିବାକୁ ଯାଇଥିଲେ। ପରେ ସେ ଜଣେ ଲୋକର କଣ୍ଠସ୍ବର ଶୁଣଥିଲେ। ନିକଟତର ହେବା ପରେ ସେ ଦେଖିଲେ, ବିନା ପୋଷାକରେ ଥିବା ଜଣେ ବ୍ୟକ୍ତି ଗଛ ଡାଳରେ ବସି ସାହାଯ୍ୟ ମାଗୁଛନ୍ତି।
ଯେତେବେଳେ କେଭିନ ଏବଂ କ୍ୟାମ ତାଙ୍କୁ ଭଲ ଭାବରେ ଦେଖିଲେ, ତାଙ୍କ ଦେହରେ କିଛି ପୋଷାକ ନ ଥିଲା। ଶରୀରରେ ମଶା କାମୁଡ଼ିବା ଚିହ୍ନ ରହିଥିଲା। ଶରୀର କାଦୁଅ ହୋଇଯାଇଥିଲା। ସେ ବହୁତ ପତଳା ଏବଂ ଦୁର୍ବଳ ଦେଖାଯାଉଥିଲେ। ତାଙ୍କ ଅବସ୍ଥା ବହୁତ ଖରାପ ଥିଲା।
କ୍ୟାମ ଏବଂ କେଭିନ କହିଛନ୍ତି ଯେ ସେ କେତେ ଦିନ ଏଠାରେ ଲୁଚି ରହିଥିଲେ ଆମେ ଜାଣିନାହୁଁ। କିନ୍ତୁ ପଳାତକ କହିଛନ୍ତି ଯେ ସେ ଆଠ ବର୍ଷ ପୂର୍ବେ ଏଠାକୁ ଆସିଥିଲେ। ହେଲେ ପରେ ବାଟ ଭୁଲି ଯାଇଥିଲେ। ଏହା ପରେ ସେ ତାଙ୍କ ସହ ଡାରୱିନ ସହରକୁ ଗଲେ। ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲେ।