ପୁରୀ ଅଫିସ,୨୦।୩: ଆଜି ‘ବିଶ୍ୱ ପଖାଳ ଦିବସ’। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା. ବଡି ଚୁରା, ମାଛ ଭଜା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନର ଅବିକଳ ବାଲୁକା କଳା କରିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ପଖାଳର ରହିଛି ବେଶ ସ୍ବତନ୍ତ୍ରତା ।