ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି। ଶନିବାର ରାକ୍ଷୀ ଶେର୍ଲିନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହ ସେ ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଶେର୍ଲିନଙ୍କ ବିରୋଧରେ ରାକ୍ଷୀ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ଏହା ଉପରେ ଶେର୍ଲିନ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଆଡ୍‌ଭୋକେଟ୍‌ ଫାଲ୍‌ଗୁନୀଙ୍କ ସହ ରାକ୍ଷୀ ଶେର୍ଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ପୋଲିସ ଷ୍ଟେଶନରୁ ବାହାରିବା ପରେ ସେ ଗଣମାଧ୍ୟମ ସହ ମଧ୍ୟ କଥା ହୋଇଥିଲେ ଏବଂ ଏହି ସମୟରେ ତାଙ୍କ ଓକିଲ କହିଥିଲେ ଯେ, ରାକ୍ଷୀଙ୍କ ବିରୋଧରେ ଶେର୍ଲିନ ଯାହା କହିଛନ୍ତି ତାହା ଉପରେ ସେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ, ଶେର୍ଲିନଙ୍କ ବିରୋଧରେ ତାଙ୍କ ପାଖରେ ଅନେକ ପ୍ରମାଣ ଏବଂ ଭିଡିଓ ରହିଛି। ଶେର୍ଲିନ ଏତେ ଲୋକଙ୍କୁ ବ୍ଲାକମେଲ କରିଛନ୍ତି … ଏବଂ ଦୁଇ ତିନି ଜଣ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଏପରି ଅନେକ ଅଭିଯୋଗ କରିଛନ୍ତି ଡ୍ରାମା କୁଇନ୍‌। ଆଡ୍‌ଭୋକେଟଙ୍କ ସହ ରାକ୍ଷୀ ମଧ୍ୟ ଏକ ଏଫ୍‌ଆଇଆର୍‌ କପି ଦେଖାଉଥିବା ଦେଖିବାକୁ ମିଳିଛି।

ଏହା ପରେ ଶେର୍ଲିନିଙ୍କ ପ୍ରତିକ୍ରିୟା ମଧ୍ୟ ଫଟୋଗ୍ରାଫର ଭାଇରାଲ ଭୟାନୀଙ୍କ ସହ ଶେୟାର ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶୁଣିବାକୁ ମିଳିଛି ରାକ୍ଷୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ମୋର ତାଙ୍କ ସହ ଝଗଡ଼ା ନାହିଁ। ସେ ନିଜେ ଏହା ଭିତରକୁ ଆସୁଛନ୍ତି। ତାଙ୍କ ଲଢ଼େଇ ତ ଯୌନ ଶୋଷଣ ବିରୋଧରେ। ସେ ଯାହା ବି ହେଉ ଏହି ଦୁଇ ଅଭିନେତ୍ରୀଙ୍କ ଆରୋପ ପ୍ରତ୍ୟାରୋପ ଏବେ ଖୁବ୍‌ ଚର୍ଚ୍ଚାରେ।

Share