Categories: ଜାତୀୟ

ଆଜି ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଅଧିବେଶନର ଉଦଘାଟନ କରିବେ। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର ତୃତୀୟ ବାର୍ଷିକୀ ଅବସରରେ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିକ୍ଷା ଏବଂ ଦକ୍ଷତା ଉପରେ ୧୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରକାଶ କରିବେ ଏବଂ ପିଏମଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ଜାରି କରିବେ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ପିଏମଶ୍ରୀ ଯୋଜନା ଅନ୍ତର୍ଗତ ମନୋନୀତ ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବେ। ଏହି ବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରିବେ ଯାହା ଦ୍ୱାରା ସେମାନେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଧାର୍ଯ୍ୟ ହୋଇଥିବା ଏକ ସମାନ, ଅନ୍ତର୍ଭୂକ୍ତ ତଥା ବହୁମୁଖୀ ସମାଜ ଗଠନରେ ନାଗରିକ ଭାବରେ ଯୋଗଦାନ କରିବେ।

Share