ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏଣ୍ଟରପ୍ରାଇଜେସ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଗୁପ୍ତା ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଘରୋଇ ସଂସ୍ଥା ଓ ବୀମା କମ୍ପାନୀଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ସେହିଭଳି ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ‘ଭାରତୀ ଏୟାରଟେଲ୍’ର ଅଭିବୃଦ୍ଧିରେ ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏପରିକି ରୂପାନ୍ତରିତ ଅଭିଯାନ ପରିକଳ୍ପନା କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର ଗୁପ୍ତାଙ୍କର ଅତୁଳନୀୟ ଅବଦାନ ରହିଛି, ସେ ତାଙ୍କ କ୍ୟାରିୟର୍ରେ ୱାରବଗ୍ ପିନ୍କସ୍, ଟାମାସେକ୍, କେକେଆର, କତାର ଫାଉଣ୍ଡେଶନ ଏଣ୍ଡାଓମେଣ୍ଟ, ଏଆଇଏଫ୍, ସେକ୍ୟୁଆ କ୍ୟାପିଟାଲ୍ ଭଳି ଅଗ୍ରଣୀ ନିବେଶକଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀ ଏୟାରଟେଲ୍, ଭାରତୀ ଇନଫ୍ରାଟେଲ୍ ଓ ଏୟାରଟେଲ୍ ଆଫ୍ରିକାକୁ ମଧ୍ୟ ସେ ସଫଳତାର ସହ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରାଇଥିଲେ।
ଏ ସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଅଧ୍ୟକ୍ଷ ଅଖିଲ୍ ଗୁପ୍ତା କହିଛନ୍ତି, ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ନେତୃତ୍ୱ ନେଇ ମୁଁ ଗର୍ବିତ, କାରଣ ଆମ ପାଖରେ ଅଭିନବତା ଏବଂ ଉପଭୋକ୍ତାଙ୍କ ବୀମା ବିନିଯୋଗ ସହିତ ସ୍ଥାୟୀ ଅଭିବୃଦ୍ଧିର ଗଭୀର ବୁଝାମଣା ଉପଯୋଗ କରିବାର ଏକ ବିରାଟ ସୁଯୋଗ ରହିଛି।
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଏକ ପ୍ରତିଭାଶାଳୀ ଏବଂ ଉତ୍ସାହୀ ଟିମ୍ ରହିଛି। ଏପରିକି ଆମର ଗ୍ରାହକ ଏବଂ ଶିଳ୍ପସଂସ୍ଥାର ବିଶ୍ୱସ୍ତ ଅଂଶୀଦାର ଭାବେ କାମ କରିବାକୁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ନିର୍ଦ୍ଦେଶକଙ୍କ ସହ ବା ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି।
![](https://www.dharitri.com/wp-content/uploads/2024/07/f.jpg)
ଭାରତର ଦେଶୀ ଟୁଇଟର୍ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର
ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...
![](https://www.dharitri.com/wp-content/uploads/2024/07/WhatsApp-Image-2024-07-03-at-5.00.38-PM.jpeg)
ଏହି ଦିନ ଲଞ୍ଚ୍ ହେବ ଦୁନିଆର ପ୍ରଥମ ସିଏନ୍ଜି ବାଇକ୍: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ
ନୂଆଦିଲ୍ଲୀ,୩।୭: ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫...
![](https://www.dharitri.com/wp-content/uploads/2024/07/11-4.jpg)
ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି...
![](https://www.dharitri.com/wp-content/uploads/2024/07/Add-a-heading-21.png)
ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ
ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍ ପ୍ଲାନ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି।...
![](https://www.dharitri.com/wp-content/uploads/2024/07/Add-a-heading-4.png)
ବଜେଟ୍ ପୂର୍ବରୁ ଶେୟାର ମାର୍କେଟ୍ରେ ରେକର୍ଡ, ୮୦ ହଜାର ଟପିଲା ସେନ୍ସେକ୍ସ
ମୁମ଼୍ବାଇ, ୨ା୭: ମଙ୍ଗଳବାର ଭାରତର ଶେୟାର ମାର୍କେଟ୍ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର...
![](https://www.dharitri.com/wp-content/uploads/2024/07/Untitled-13.jpg)
ଫିଟ୍ନେସ୍ ଚ୍ୟାଲେଞ୍ଜ ଜରିଆରେ ଡକ୍ଟର୍ସ ଡେ ପାଳିତ
ଭୁବନେଶ୍ୱର,୨।୭: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକ ପକ୍ଷରୁ ଜାତୀୟ ଡାକ୍ତର ଦିବସ (ଡକ୍ଟର୍ସ ଡେ)...
![](https://www.dharitri.com/wp-content/uploads/2024/07/Untitled-12.jpg)
୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଡେ
ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ...
![](https://www.dharitri.com/wp-content/uploads/2024/07/Untitled-11.jpg)
ଜୁନ୍ରେ ଖସିଲା ୟୁପିଆଇ କାରବାର
ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ...
Archives
![Why Dharitri](https://www.dharitri.com/wp-content/themes/dharitri/images/1.jpeg)